ପୁରୀ ରେ ଦୀର୍ଘ ତିନି ବର୍ଷ ଧରି ପୌର ନିର୍ବାଚନ ହୋଇନାହିଁ। ରାଜ୍ୟ ସରକାର ପୁରୀ ଆଉ ରାଜ୍ୟ ବାସୀଙ୍କୁ ପୌର ସେବା ରୁ ବଞ୍ଚିତ ରଖିଛନ୍ତି। ଏବେ ରାଜ୍ୟ ସରକାର ପୌର ନିର୍ବାଚନ ନକରି ପଞ୍ଚାୟତ ନିର୍ବାଚନ କରିବାକୁ ମନସ୍ଥ କରିବା କାହା ସ୍ୱାର୍ଥ ରେ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି ।
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ପୁରୀ ରେ ପୌର ନିର୍ବାଚନ କରିବା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରେ ଏକ ମକଦ୍ଦମା ମଧ୍ୟ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀ ରେ ବିଧାୟକ ଙ୍କ ସହିତ ଦୁଇ ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ, ରବି ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ଜିଲ୍ଲା ସମ୍ପାଦକ ମମତା ପତି, ଅନିତା ପଟ୍ଟନାୟକ, ଜୟନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।