ଭୁବନେଶ୍ୱର, ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି ।ସେମାନେ କହିଛନ୍ତି ଯେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ଏହି ନିଷ୍ପତି ନେଇଛି ।