ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ବ୍ଲୁ ଫ୍ଲାଗ ବିଚରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ମାନେ ସମୁଦ୍ରକୂଳ ପର୍ଯ୍ୟନ୍ତ ଯାଇ ପ୍ରକୃତିକୁ ଉପଭୋଗ କରିପାରିବେ ସେଥି ନିମନ୍ତେ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ହ୍ବିଲ ଚେୟାରରେ ବସି ବାଲିରେ ବେଳାଭୂମିରେ ବୁଲିବା କଷ୍ଟକର ହେଉଥିବା ବେଳେ ସେମାନଙ୍କ ନିମନ୍ତେ ବର୍ତ୍ତମାନ ସ୍ବତନ୍ତ୍ର ମ୍ୟାଟ ପକାଯାଇ ନିର୍ଦ୍ଧିଷ୍ଟ ପଥ ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ହ୍ବିଲ ଚେୟାରରେ ବସି ସଂପୃକ୍ତ ଦିବ୍ୟାଙ୍ଗ ମାନେ ବେଳାଭୂମିରେ ବୁଲିପାରିବେ । ବ୍ଲୁ ଫ୍ଲାଗ ବିଚରେ ଯେମିତି ସବୁ ବର୍ଗ ସାମିଲ ହୋଇ ପାରିବେ ଏଥି ନିମନ୍ତେ ଧ୍ୟାନ ଦିଆଯାଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଏଭଳି ବ୍ୟବସ୍ଥା କରିବାକୁ ମତାମତ ଉପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
କରୋନା କଟକଣାରେ କୋହଳ ହେବା ପରେ ଗତ ୯ ତାରିଖରୁ ପର୍ଯ୍ୟଟକ ମାନଙ୍କ ପାଇଁ ବ୍ଲୁ ଫ୍ଲାଗ ବିଚ ଖୋଲାଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ବ୍ୟବସ୍ଥା ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ତ ଅଧିକାରୀ ଶ୍ରୀ ପି. ରାମାସ୍ବାମୀ, ସହାୟକ ବନ ସଂରକ୍ଷକ ଶ୍ରୀ ଉତ୍ତମ ଗଡନାୟକ, ଆଇସିଜେଡଏମପି (ICZMP)ର ଶ୍ରୀ ଆଦିତ୍ୟ ମହାନ୍ତି, ଇକୋ ଟ୍ୟୁରିଜିମ ଫାଉଣ୍ଡେସନର ଶ୍ରୀ ଯୁଗବ୍ରତ କର, ବିଚ ମ୍ୟାନେଜର ନରସିମା ରେଡ୍ଡି, ବ୍ଲୁ ଫ୍ଲାଗ ବିଚର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।