
ମିଳିଥିବା ସୂଚନା ଅନୁସାରେ ୨୭ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ୨୯ ସେପ୍େଟମ୍ବର ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ତାଲିକା ଓ ସ୍ପଟ ଆମିଶନ ପାଇଁ ଅକ୍ଟୋବର ୪ରେ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ସ୍ପଟ ଆଡମିଶନ ପାଇଁ ଅକ୍ଟୋବର ୪ ଓ ୫ରେ ପଞ୍ଜୀକରଣ କରିବେ । ଅକ୍ଟୋବର ୫ରେ ସ୍ପଟ ଆଡମିଶନ ପାଇଁ ମେରିଟ ଲିଷ୍ଟ ପ୍ରକାଶ ପରେ ମନୋନୀତ ଛାତ୍ରଛାତ୍ରୀମାନେ ଅକ୍ଟୋବର ୭ରେ ନାମ ଲେଖାଇବେ । ଅକ୍ଟୋବର ମାସ ୮ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ ବୋଲି ସୂଚନା ଦିଆ ଯାଇଛି ।
ଅନ୍ୟ ପକ୍ଷରେ ସାରା ରାଜ୍ୟରେ ପ୍ରାୟ ୫୫ ହଜାର ସିଟ୍ ବୃଦ୍ଧି କରାଯାଇଛି । ଫଳରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଏବେ ପାଖାପାଖି ୫ ଲକ୍ଷ ସିଟ୍ ଉପଲବ୍ଧ ହେବାକୁ ଯାଉଛି । ଏ ବର୍ଷ କଳାରେ ୪୦ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିବା ବେଳେ ୩୮ ହଜାର ସିଟ୍ ବୃଦ୍ଧିକୁ ଅନୁମତି ମିଳିଛି । ସେହିଭଳି ବିଜ୍ଞାନରେ ୨୫ ହଜାର ସିଟ୍ ପାଇଁ ଆବେଦନ ହୋଇଥିବା ବେଳେ ୧୩ ହଜାର ଓ ବାଣିଜ୍ୟରେ ୪ ହଜାର ସିଟ୍ ପାଇଁ ଆବେଦନ ହୋଇଥିବାବେଳେ ୩ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । ଏହାପରେ ମୋଟ୍ ସିଟ୍ ସଂଖ୍ୟା ୪ ଲକ୍ଷ ୯୮ହଜାର ୨୫୪ ରେ ପହଁଚିଛି ।