-
୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ
ଭୁବନେଶ୍ୱର, ରାଜ୍ୟରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢା ଯାଇଛି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର ଓ ବାଣିଜ୍ୟରେ ୩ ହଜାର ୯୦୦ ସିଟ୍ ବୃଦ୍ଧି ହୋଇଛି । ୭୨ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ଆସିଥିଲା । ଏଥିମଧ୍ୟରୁ କଳାରେ ୪୦ ହଜାର, ବିଜ୍ଞାନରେ ୨୫ ହଜାର ଓ ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିଲା ।
ସେ କହିଛନ୍ତି ଯେ ଆଗାମୀ ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ । କରୋନା ପାଇଁ କୌଣସି ଆଡମିସନ ଫି ବୃଦ୍ଧି ହେବ ନାହିଁ ବୋଲି ବି ମନ୍ତ୍ରୀ କହିଛନ୍ତି ।