
-
ସ୍ଲୋଗାନ “ହେ ବରିଷ୍ଠ ରଥସେବକ ! ଆପଣଙ୍କୁ ପ୍ରଣାମ” !
କୋଭିଡ୍ କଟକଣା ରେ ଲଗାତର ଦୁଇ ବର୍ଷ ଧରି ରଥସେବକ ମାନେ ରଥ ନିର୍ମାଣରେ ଯେପରି ଭାବ- ସମର୍ପଣ ର ଯୋଗଦାନ ଦେଇ ରଥଯାତ୍ରାକୁ ସଫଳ ଓ ଶୃଙ୍ଖଳିତ କଲେ, ତାହାକୁ କୋଟି କୋଟି ଜଗନ୍ନାଥ ଭକ୍ତ ସ୍ମରଣ ରଖିବେ ବୋଲି କହିଛନ୍ତି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ଅତିଥି ମାନେ। ଓଡିଶା ର ଅନନ୍ୟ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ନିଳାଦ୍ରୀ ଭକ୍ତ ନିବାସ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ “ବିଶ୍ବନିୟନ୍ତା ଙ୍କ ରଥ ବିଶ୍ବକର୍ମା “ରେ ଅତିଥି ମାନେ ଯୋଗଦେଇ ବରିଷ୍ଠ ରଥସେବକ ମାନଙ୍କ ନିଷ୍ଠା, ତ୍ଯାଗ ଓ ଯୁବ ସେବକ ଙ୍କୁ ପ୍ରେରଣା ର ସ୍ମୃତି ଚାରଣ କରି କହିଥିଲେଯେ ,ଏହି ବିଶ୍ବକର୍ମା ମାନେ ହିଁ ଏକ ସଫଳ ରଥଯାତ୍ରାର ଜଣେ ଜଣେ ପ୍ରତୀକ। ବିଶିଷ୍ଟ ଶିକ୍ଷାବିତ୍ ତଥା ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ଯତମ ଅତିଥି ଭାବେ ଯୋଗଦେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଶ୍ରୀ ମନ୍ଦିର ପ୍ରଶାସନ ର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ବରିଷ୍ଠ ରଥସେବକ ମାନଙ୍କୁ ସମ୍ବର୍ଦ୍ଧନା ଦେବାରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଏହି ପ୍ରୟାସକୁ ଏ ଜାତି ସ୍ମରଣ ରଖିବ।
ପ୍ରାରମ୍ଭରେ ଉପଦେଷ୍ଟା ବଦ୍ରିମିଶ୍ର ସ୍ବାଗତ ଅଭିଭାଷଣ ରଖିଥିବା ବେଳେ, ଅନୁଷ୍ଠାନର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମର ଆୟୋଜନ ଓ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସମ୍ପର୍କରେ ସମ୍ପାଦକୀୟ ବିବରଣୀ ଓ ଉପଦେଷ୍ଟା ଚକ୍ରଧର ମହାପାତ୍ର ଆଭିମୁଖ୍ୟ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଡଃ ଭଗବାନ ଜୟସିଂହ, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ସଙ୍ଗଠନ ସଂପାଦକ ସତ୍ୟବ୍ରତ ଦାସ, କୋଷାଧ୍ୟକ୍ଷ ନାରାୟଣ ପାତ୍ର,ସେବାୟତ ମଧୁସୂଦନ ସିଂହାରୀ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ରାଜେଶ କୁମାର ମହାନ୍ତି ଙ୍କ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମଧୁସୂଦନ ମିଶ୍ର, ପ୍ରଦ୍ଯୁମ୍ନ ସାଥୁଆ , ସଂଗ୍ରାମ କାନୁନଗୋ, ଚନ୍ଦ୍ରବିଜୟୀ ମିଶ୍ର, ବିଶ୍ଵନାଥ ମିଶ୍ର, ଦାମୋଦର ଶତପଥୀ, ଜଗମୋହନ ଚୌଧୁରୀ,ପ୍ରତାପ ଦଳେଇ,ଗୌତମ ମିଶ୍ର, କୁନାଲ କୁମାର, ପୁଷ୍କର ସାହୁ ଓ ପ୍ରଶାନ୍ତ ସାହୁ।
ଏହି ପରିପ୍ରେକ୍ଷୀରେ ବେଦପାଠ ମଧ୍ୟରେ ତିନିରଥର ୬୪ଜଣ ବରିଷ୍ଠ ମହାରଣା ସେବକ, ଭୋଇ ସେବକ, ରୁପକାର ସେବକ, ଚିତ୍ରକାର ସେବକ, ଦରଜୀ ସେବକ, କମାର ସେବକ, ଓ ରଥ ତତ୍ବାବଧାରକ ଙ୍କୁ ଯୋଡ ମକୁଟା, ଦୂଇ ଲକ୍ଷ ଟଙ୍କାର ବୀମାବଣ୍ଡ, ମାନପତ୍ର ଓ ମୋମେଣ୍ଟୋମ୍ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେବାୟତ ଗୌରହରି ପ୍ରଧାନ ଓ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ସହଯୋଗ କରିଥିଲେ। ଏହି ଅବସରରେ ଶୃଙ୍ଖଳିତ ଓ ସଫଳ ରଥଯାତ୍ରା ପାଇଁ ମୁଖ୍ଯପ୍ରଶାସକ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମେତ ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ସଭାପତି ପ୍ରଫେସର ହରେକୃଷ୍ନ ଶତପଥୀ ଙ୍କ ସଭାପତୀୟ ଉଦବୋଧନ ପରେ ଧନ୍ୟବାଦ ଅର୍ପଣ କରିଥିଲେ ଉପାଧ୍ୟକ୍ଷ ଭରତ କୁମାର ନାୟକ । ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ବିଶିଷ୍ଟ ଉଦଘୋଷକ ଶ୍ଯାମପ୍ରକାଶ ସେନାପତି।