ବଳିଆପଣ୍ଡା ମହେଶ୍ବର ନଗର ବାସୀଙ୍କ ତରଫରୁ ପୁରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ‘ବଳିଆପଣ୍ଡା, ମହେଶ୍ବର ନଗର ‘ବସ୍ତିର ୭ ନଂ ୱାର୍ଡର ସମ୍ପୂର୍ଣ୍ଣ ସର୍ଭେ କାର୍ଯ୍ୟ ପୁନଃ କରାଯାଉ |ବସ୍ତି ବାସିନ୍ଦାଙ୍କ ଅଭିଯୋଗରେ ଉଲ୍ଲେଖ ରହିଛି ଯେ ଉକ୍ତ ବସ୍ତିରେ ପ୍ରାୟ ୫୦୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ସେମାନଙ୍କୁ ସର୍ଭେ ସମ୍ପର୍କରେ କେହି ଅବଗତ କରିନାହାନ୍ତି ଯେଉଁ ନିର୍ଦ୍ଦିଷ୍ଟ ଗୋଟିଏ ଗୋଷ୍ଟିର ଲୋକ ସର୍ଭେ କାର୍ଯ୍ୟ କରୁଛନ୍ତି । ସେମାନେ ମଧ୍ୟ ଆମ୍ଭମାନଙ୍କୁ ଜଣେଇ ନାହାନ୍ତି ସେମାନେ ତାଙ୍କ ଇଛାରେ କାର୍ଯ୍ୟ କରୁଛନ୍ତି । ଏଠାରେ ପ୍ରକାଶ ଥାଉକି ମହେଶ୍ବର ନଗର
ବସ୍ତି ସର୍ଭେ କାର୍ଯ୍ୟ ପ୍ରର୍ଥମେ ‘DUDA ‘ ଏବଂ ମହେଶ୍ବର ନଗର ବସ୍ତିରେ ୧୧-ଜଣିଆ କମିଟି ମିଳିତ ଭାବେ କରିଥିଲେ । ଏହାର କିଛି ଦିନପରେ ପୌର ସଂସ୍ଥା ତରଫରୁ ଲୋକ ଆସି ମାପ , ଚୁପ
କରି ଡକୁମେଣ୍ଟ ସହ ସର୍ଭେ କରିଥିଲେ ହେଲେ
ଗତ ତା ୨ ୩-୦୨ – ୨୦ ରିଖରେ ପୌର ସଂସ୍ଥାର C.O ସ୍ଵାଧୀନ ରଥ ୮୫ ଜଣ ପରିବାର ପଟ୍ଟା ପାଇଁ ଯୋଗ୍ୟ ତାଲିକା କାଉନସିଲରଙ୍କ ଉପସ୍ଥିତରେ ଦେଲେ । ଭକ୍ତ ତାଲିକାରେ ସମସ୍ତଙ୍କର ନାମ ନଥିବାରୁ ବଳିଆପଣ୍ଡା ମହେଶ୍ବର ନଗର ବାସିନ୍ଦା ମାନେ ତା- ୨୭-୭ – ୨୦ରିଖ ପୌରସଂସ୍ଥା ରେ ଲିଖିତ ଭାବେ ଅଭିଯୋଗ କରିଥିଲୁ ତାହାର ବିଚାର କରାଗଲା ନାହିଁ । ୭ ନଂ ୱାର୍ଡ ‘ବଳିଆପଣ୍ଡା, ମହେଶ୍ବର ନଗର ‘ବସ୍ତିର ସମ୍ପୂର୍ଣ୍ଣ ସର୍ଭେ କାର୍ଯ୍ୟ ଉକ୍ତ ୱାର୍ଡର ମହିଳା ମହାସଂଘ ଏବଂ SDA ସଭ୍ୟଙ୍କ ଉପସ୍ଥିରେ ସ୍ୱଛତା ଭାବରେ ପୁନଃ ସର୍ଭେ କାର୍ଯ୍ୟ କରାଯାଇ ଆମମାନଙ୍କୁ ଜମିର ପ୍ରମାଣ ପତ୍ର ଦେବାପାଇଁ ଦାବୀ କରାଯାଇଛି |