-
ପୁରୀ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଦଳର ବିକ୍ଷୋଭ ପ୍ରଦର୍ଶନ,
ଆଜି କ୍ରାନ୍ତି ଦିବସ ସ୍ମାରକୀ ଅବସରରେ ପୁରୀରେ ଭାରତ ବଞ୍ଚାଓ ଅଭିଯାନ ଆହ୍ୱାନ ଦେଇଛି ବାମ ଦଳ |ଜିଲ୍ଲାପାଳ ଅଫିସ ସମ୍ମୁଖରେ ସି. ପି.ଏମ, /ସି. ପି.ଆଇ /ସି.ପି.ଆଇ.ଏମ.ଏଲ ଲିବରେସନ ତରଫରୁ ପ୍ରତିବାଦ ଧାରଣା ହୋଇଥିଲା |ଏଥିରେ କୁହାଯାଇଛି ଯେ ଦେଶ ରେ ମୋଦୀ ସରକାର ପ୍ରଚଳିତ 44ଟି ଶ୍ରମ ଆଇନି କୁ ବଦଳେଇ ଶ୍ରମିକ ବିରୋଧୀ 4ଟି ଶ୍ରମ କୋଡ଼ ଲାଗୁ କଲେ ଫଳରେ ଠିକା ଶ୍ରମିକ ଠାରୁ ନିୟମିତ ଶ୍ରମିକ ଙ୍କ ମଜୁରୀ ଓ ସାମାଜିକ ନିରାପତ୍ତା ବିପର୍ଣ୍ଣ ହେବ |ବଡ଼ ଠିକାଦାର ଓ ପୁଞ୍ଜିପତି ଲାଭ ବାନ ହେବେ ସରକାର ନିଯୁକ୍ତି ଦେବେନି | ଆଉଟ ସୋରସିଙ୍ଗ କମ୍ପାନୀ ମାନେ ଶ୍ରମିକ ଙ୍କୁ ଶୋଷଣ କରିବେ |ଅନ୍ୟ ପକ୍ଷରେ ତିନିଟି କଳା କୃଷି ଆଇନି ବିରୁଦ୍ଧରେ ଦିଲ୍ଲୀ ରେ 252ଦିନ ଧରି ଆନ୍ଦୋଳନ ରେ 1000ରୁ ଅଧିକ ଚାଷୀ ପ୍ରାଣ ବଳି ଦେଲେଣି ତଥାପି ଅହଙ୍କାରୀ କର୍ପୋରେଟ ମାର୍କା ମୋଦୀ ସରକାର ଅଦାନୀ ଅମ୍ବାନୀ ପାଇଁ ଆଇନି ପ୍ରତ୍ୟାହାର ନ କରିବା ସମ୍ପୂର୍ଣ୍ଣ ଦେଶ ବିରୋଧୀ ଓ ଜନ ବିରୋଧୀ |
ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ସଂଶୋଧନ କରି ମୋଦୀ ସରକାର ଦର ବଢ଼ାଇଲେ ଯାଦ୍ୱାରା ପେଟ୍ରୋଲ ଡିଜେଲ ଗ୍ୟାସ ଦର ଆକାଶ ଛୁଆଁ ଲୋକେ ଅତିଷ୍ଟ ହେଲେଣି |ଏଥିସହିତ କରୋନା ଜୀବିକା ଛଡାଇ ନେଇଛି କାମ ନାହିଁ ଓ ଦେଶ ର ଖଣିପାଣି, ବନ୍ଦର, ରେଳ, ବ୍ୟାଙ୍କ ବୀମା,ରାଷ୍ଟ୍ରାୟତ ଉଦ୍ୟୋଗ କୁ ଶାଗ ମାଛ ଦର ରେ କର୍ପୋରେଟ ମାନଙ୍କୁ ଟେକି ଦେଉଛନ୍ତି ମୋଦୀ ସରକାର |ମନରେଗା ରେ 200ଦିନ ର କାମ ଦୈନିକ 600ଟଙ୍କା ମଜୁରୀ, 3ଟି କୃଷି ଆଇନି ବାତିଲ,4ଟି ଶ୍ରମ କୋଡ଼ ବାତିଲ, ପେଟ୍ରୋଲ ଡିଜେଲ ଗ୍ୟାସ ରେ GST ଲାଗୁ,କରୋନା ସହାୟତା, ଦାବୀ ରେ ମୋଦୀ ସରକାର କୁ ଗାଦି ଚ୍ୟୁତ ପାଇଁ ଆଉ ଏକ କ୍ରାନ୍ତି ଜରୁରୀ ବୋଲି ବାମପନ୍ଥୀ ନେତା ଶରତ କୁମାର ରାୟଗୁରୁ, ଜଗନାଥ ଦେଓ, ଅଶୋକ ପ୍ରଧାନ, ପ୍ରଦୀପ୍ତ ମହାନ୍ତି, କୃଷ୍ଣ ରାଉତ,କିଷାନ ପଟ୍ଟନାୟକ କହିଛନ୍ତି |ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ମହାରଣା, ରଂଜିତ ନାୟକ, ଟୁନା ନାୟକ,ବିଭୁତି ରାଉତରାୟ, ହରିହର ସେନାପତି, ପୂର୍ଣ୍ଣ ମୁଦୁଲି,ପର୍ଶୁରାମ ମହାପାତ୍ର,ଗୋବିନ୍ଦ ମାଝୀ ପ୍ରମୁଖ ପ୍ରତିବାଦ ଧାରଣା କୁ ପରିଚାଳନା କରିଥିଲେ |