ଏହି ଉଚ୍ଚସ୍ତରୀୟ ବୈଠକରେ ମିଳିତ ଜାତିସଂଘ ନିରାପତା ପରିଷଦର ସଦସ୍ୟଭୁକ୍ତ ଅନେକ ରାଷ୍ଟ୍ର ଓ ଶାସନ ମୁଖ୍ୟ ଅଂଶଗ୍ରହଣ କରିବାର ଆଶା କରାଯାଉଛି । ବୈଠକରେ ଜାତିସଂଘ ବ୍ୟବସ୍ଥା ଏବଂ ଏହାର ପ୍ରମୁଖ କ୍ଷେତ୍ରୀୟ ସଂଗଠନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଥ୍ୟ ସୂଚନା ଉପସ୍ଥାପନ କରାଯିବ । ଏହି ମୁକ୍ତ ଆଲୋଚନାରେ ସାମୁଦ୍ରିକ ଅପରାଧ ଓ ନିରାପତା ପ୍ରତି ଥିବା ବିପଦକୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ଏବଂ ସାମୁଦ୍ରିକ ନିରାପତା ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯାଇପାରିବ ତାହା ଉପରେ ପ୍ରାଧାନ୍ୟ ଆରୋପ କରାଯିବ ।
ଜାତିସଂଘ ନିରାପତା ପରିଷଦରେ ଇତି ପୂର୍ବରୁ ସାମୁଦ୍ରିକ ନିରାପତା ତଥା ସାମୁଦ୍ରିକ ଅପରାଧକୁ ନିୟନ୍ତ୍ରଣ କରିବା ଦିଗରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ଏବଂ ପ୍ରସ୍ତାବ ଗୃହୀତ ହୋଇଛି । କିନ୍ତୁ ଜାତିସଂଘ ନିରାପତା ପରିଷଦ ଇତିହାସରେ ପ୍ରଥମ ଥର ପାଇଁ ସାମଗ୍ରିକ ଭାବେ ଏବଂ ନିର୍ଦ୍ଦିଷ୍ଟ ଭାବେ ଏହି କାର୍ଯ୍ୟସୂଚୀ ଉପରେ ଏକ ମୁକ୍ତ ଆଲୋଚନାର ଆୟୋଜନ କରାଯାଇଛି । ଯେହେତୁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଷ୍ଟ୍ର ସାମୁଦ୍ରିକ ନିରାପତାର ବିବିଧ ସମସ୍ୟାର ସମାଧାନ କରିବାକୁ ଅକ୍ଷମ, ସେହି ଦୃଷ୍ଟିରୁ ଜାତିସଂଘ ନିରାପତା ପରିଷଦ ମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ସାମଗ୍ରିକ ଭାବେ ମୁକ୍ତ ଆଲୋଚନା କରାଯିବାର ଆବଶ୍ୟକତା ରହିଛି । ସାମୁଦ୍ରିକ ନିରାପତା ନିମନ୍ତେ ଏକ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ ଯଥାର୍ଥ ସାମୁଦ୍ରିକ କାର୍ଯ୍ୟକ୍ରମକୁ ସୁରକ୍ଷା ପ୍ରଦାନ କରିବା ସହିତ ଏହାକୁ ସମର୍ଥନ ଯୋଗାଇବ । ଏହା ଫଳରେ ସାମୁଦ୍ରିକ କ୍ଷେତରେ ଥିବା ପାରମ୍ପରିକ ତଥା ଅଣ- ପାରମ୍ପରିକ ବିପଦକୁ ମଧ୍ୟ ଟାଳି ହେବ ।
ଭାରତ ଇତିହାସରେ ସମୁଦ୍ର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସିନ୍ଧୁ ସଭ୍ୟତା କାଳ ଠାରୁ ଆରମ୍ଭ କରି ଅଦ୍ୟାବଧି ଏହାର ଗୁରୁତ୍ୱ ସଭିଏଁ ଅନୁଭବ କରନ୍ତି । ଆମର ସଭ୍ୟତାଗତ ଚିନ୍ତାଧାରା ଆଧାର ଯାହାକି ସମୁଦ୍ରକୁ ସହଭାଗୀ ଶାନ୍ତି ଓ ସମୃଦ୍ଧିର ସାଧନ ଭାବେ ଗ୍ରହଣ କରାଯାଇଛି ସେହି ପ୍ରସଙ୍ଗକୁ ଭାରତ ଉପସ୍ଥାପନ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ସାଗର” – ଯାହାକି “ସିକ୍ୟୁରିଟି ଆଣ୍ଡ ଗ୍ରୋଥ ଫର ଅଲ ଇନ ଦି ରିଜିଅନ” ୨୦୧୫, ପାଇଁ ସଂକ୍ଷିପ୍ତରେ ନାମକରଣ କରାଯାଇଛି ତାହାକୁ ସମସ୍ତଙ୍କ ସମକ୍ଷରେ ଉପସ୍ଥାପନ କରିବେ । ଏହି ପରିକଳ୍ପନା ମହାସାଗରମାନଙ୍କର ପୋଷଣୀୟ ଉପଯୋଗ ନିମନ୍ତେ ସହଯୋଗଭିତିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରେ ତଥାର ଏହି କ୍ଷେତ୍ରରେ ଏକ ନିରାପଦ, ସୁରକ୍ଷିତ ତଥା ସୁଦୃଢ଼ ସାମୁଦ୍ରିକ କ୍ଷେତ୍ର ନିମନ୍ତେ ବ୍ୟବସ୍ଥା ପ୍ରଦର୍ଶନ କରେ । ୨୦୧୯ ମସିହାରେ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଏହି ପ୍ରୟାସକୁ ଅଧିକତର ଭାବେ ଭାରତ- ପ୍ରଶାସନ୍ତ ମହାସାଗରୀୟ ମହାସାଗରୀୟ ପ୍ରୟାସ (ଆଇପିଓଆଇ) ଭାବେ ଉପସ୍ଥାପନ କରାଯାଇଥିଲା । ଏଥିରେ ସାମୁଦ୍ରିକ ନିରାପତାର ସାତଟି ମୁଖ୍ୟ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଆରୋପ କରାଯାଇଥିଲା । ସେଥି ମଧ୍ୟରେ ସାମୁଦ୍ରିକ ଇକୋଲୋଜି; ସାମୁଦ୍ରିକ ସମ୍ପଦ; ଦକ୍ଷତା ବିକାଶ ଓ ସମ୍ପଦର ଆବଣ୍ଟନ; ବିପର୍ଯ୍ୟୟ ଆଶଙ୍କା ପ୍ରଶମନ ଓ ପରିଚାଳନା; ବିଜ୍ଞାନ, ପ୍ରଯୁକ୍ତି ଓ ଶୈକ୍ଷିକ ସହଯୋଗ; ଏବଂ ବାଣିଜ୍ୟିକ ସଂଯୋଗ ଓ ସାମୁଦ୍ରିକ ପରିବହନ ।
ଜାତିସଂଘ ନିରାପତା ପରିଷଦ ପକ୍ଷରୁ ଆୟୋଜିତ ମୁକ୍ତ ଆଲୋଚନାରେ ଅଧ୍ୟକ୍ଷତା କରିବାରେ ଶ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ମିଳିତ ଜାତିସଂଘ ନିରାପତା ପରିଷଦର ୱେବସାଇଟ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ସିଧାସଳଖ ପ୍ରସାରଣ କରାଯିବ ଏବଂ ଏହାକୁ ଭାରତୀୟ ସମୟ ୧୭୩୦ /୦୮୦୦ ନ୍ୟୁୟର୍କ ସମୟ ଠାରୁ ଦେଖାଯାଇପାରିବ ।