ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକଙ୍କ ପ୍ରତି ଥିବା କର୍ତ୍ତବ୍ୟନିଷ୍ଠ ଓ ନିସ୍ୱାର୍ଥପର ଭଲପାଇବା ଏବଂ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଆଦର୍ଶ, ସାମୁହିକ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ଗୁମୁଣ୍ଡିଆ ପଞ୍ଚାୟତର ଗୁମୁଣ୍ଡିଆ ଗ୍ରାମର ଗଣେଶ ଜେନା, ବିକାଶ ଜେନା, ବିଦେଶୀ ନାୟକ, କମଳା ସିଂ ଗ୍ରାମର କୈଳାସ ଚନ୍ଦ୍ର ତରେଇ ଓ ତିତିପ ପଞ୍ଚାୟତ ନୂଆଗାଁ ଗ୍ରାମର ରାଜକିଶୋର ମହାପାତ୍ରଙ୍କ ନେତୃତ୍ୱରେ ଗୁମୁଣ୍ଡିଆ, କମଳା ସିଂ, ସାମନ୍ତରାପୁର ଓ ତିତିପ ପଞ୍ଚାୟତ ନୂଆଗାଁ ଗ୍ରାମରୁ ବହୁ ବିଜେପି ପରିବାର ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ଶ୍ରୀ ଦାସବର୍ମାଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ବରିଷ୍ଟ ନେତା ପ୍ରଫୁଲ୍ଲ ଜେନା, ସଭାପତି ଲକ୍ଷ୍ମୀଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ, ସରପଞ୍ଚଙ୍କ ପ୍ରତିନିଧି କାଶିନାଥ ଜେନା, ସମିତି ସଭ୍ୟ ବିଜୟ ତରେଇ, ସରପଞ୍ଚ ରମେଶଚନ୍ଦ୍ର ମହାପାତ୍ର, ସମିତି ସଭ୍ୟ ମନୋଜ ସାହୁ, ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ଜେନା ଓ ପଞ୍ଚାୟତ ସଭାପତି ବାଲ୍ମୀକି ବାରିକ୍ ଉପସ୍ଥିତ ଥିଲେ ।
Related Stories
November 23, 2024