
-
ଭଏସ ଅଫ କମନ ମ୍ୟାନ ତରଫରୁ ସମୁଦ୍ର କୂଳ ଥାନାରେ ଏତଲା
ଭଏସ ଅଫ କମନ ମ୍ୟାନ ତରଫରୁ ହେକ୍ଟର ମିଶ୍ର ପୁରୀ ଚକ୍ରତୀର୍ଥ ରୋଡ଼ ସ୍ଥିତ ଚାଣକ୍ୟ BNR ହୋଟେଲର ମ୍ୟାନେଜରଙ୍କ ବିରୁଦ୍ଧରେ ସମୁଦ୍ର କୂଳ ଥାନାରେ ଏକ ଏତଲା ଦେଇଛନ୍ତି |ପ୍ରଦାନ କରାଯାଇଥିବା ଏତଲା ଅନୁସାରେ ବିହାରର ଏକ ଘରୋଇ କମ୍ପାନୀ ଚାଣକ୍ୟ ଗ୍ରୁପ ଅଫ ହୋଟେଲ ତରଫରୁ BNR ହୋଟେଲ କୁ ଲିଜ ଭାବେ ନେଇ ଚଳାଉଥିଲେ |ହେଲେ ବର୍ତ୍ତମାନ ଉକ୍ତ ସଂସ୍ଥାର ଲିଜ ସମାପ୍ତ ହେବାକୁ ଯାଉଥିବା ବେଳେ ରବିବାର ଦିନ ସକାଳ ୯ ଘଂଟିକା ସମୟରେ ସଂସ୍ଥା ତରଫରୁ ହୋଟେଲ ପରିସରରେ ଥିବା ଏକ UK ରେ ନିର୍ମାଣ ହୋଇ ଆସିଥିବା ଲୋଟମେଟିଭି ଷ୍ଟିମ ଇଂଜିନ କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି |
ଏହି ରେଳ ଇଂଜିନ ଟିକୁ 1898 ମସିହାରେ ବମ୍ବେ ନାଗପୁର ରେଳ ବିଭାଗ ତରଫରୁ ସ୍ଥାପନ କରାଯାଇଥିଲା |ଏହି ଷ୍ଟିମ ଇଂଜିନ ଟି ପୁରୀବାସୀଙ୍କର ହୋଇଥିବାରୁ ଏହାର ସ୍ଥାନାନ୍ତରଣ କୁ ବିରୋଧ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ଭଏସ ଅଫ କମନ ମ୍ୟାନ ତରଫରୁ ସମୁଦ୍ର କୂଳ ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି |ଏଥିସହିତ ଶ୍ରୀଜଗନ୍ନାଥ ସେନା ତରଫରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ସହଯୋଗୀ ଏବଂ ଆଶୁତୋଷ ମିଶ୍ର ଙ୍କ ନେତୃତ୍ୱରେ ଛାତ୍ର ଯୁବ କଂଗ୍ରେସ ତରଫରୁ ମଧ୍ୟ ଏଭଳି ସ୍ଥାନାନ୍ତରଣ ଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା |