
ଭୁବନେଶ୍ୱର ତା ୮/୮ – ଉତ୍କଳ ମଣି ଗୋପବନ୍ଧୁଙ୍କ ଅଲିଭା ସ୍ମୃତିକୁ ସମାଜରେ ପ୍ରେରଣନାଦାୟ କରିବା ପାଇଁ କଟକ ଭୁବନେଶ୍ୱର ଟ୍ଵିନ ସିଟିରେ ଏକ ସଂଗ୍ରହରଲୟ ଖୋଲିବ ସମ୍ପର୍କରେ ଗୁରୁତ୍ୱ ଆରୋପ କରା ଯାଇଥିଲା । ଗୋପବନ୍ଧୁଙ୍କ ସାହିତ୍ୟ, ସମାଜସେବା , ସାମ୍ବାଦିକତା, ଆଧ୍ୟାତ୍ମିକତା ଚିନ୍ତନ ସମ୍ପର୍କରେ ଆଲୋଚନା କରାଯିବ ପାଇଁ ଶ୍ରୀ ଦାସ ପ୍ରକାଶ କରିଥିଲେ। ପୂର୍ବତନ କୁଳପତି ତଥା କିଟ ବିଶ୍ୱବିଦ୍ୟାଳୟର ଆଧ୍ୟାତ୍ମିକ ଧର୍ମ ବିଦ୍ୟା ଅଧ୍ୟୟନ କେନ୍ଦ୍ରର ଅଧକ୍ଷ ଡ଼ ହରେକୃଷ୍ଣ ଶତପଥୀ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନସଚିବ ଶୁଭଶ୍ରୀ ନନ୍ଦ ମୁଖ୍ୟବକ୍ତା ଓ ଅତିଥି ବକ୍ତା ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ।
ଥିଙ୍କର୍ସ କ୍ଲବ ସଭାପତି ବରଦା ପ୍ରସନ୍ନ ଦାସ କାର୍ଯ୍ୟକ୍ରମତିକୁ ସଂଯୋଜନା କରିଥିଲେ।