
ଭୁବନେଶ୍ୱର – ଆଜି ସନ୍ଧ୍ୟାରେ ଉକ୍ରଳ ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ ହଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଦୀର୍ଘ ୪୦ ମିନିଟ୍ ଧରି ଅଗ୍ନିଶମ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନିକାଣ୍ଡରେ ହଲ୍ ଭିତରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନଷ୍ଟ ହୋଇଥିବାର ଜଣାପଡ଼ିଛି । ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସମ୍ପୃକ୍ତ ହଲରେ ସିଣ୍ଡିକେଟର ଏକ ବୈଠକ ବସିଥିଲା । ବୈଠକ ସରିବାର କିଛି ସମୟ ପରେ ଏହି ହଲ୍ରେ ନିଆଁ ଲାଗିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସନ୍ଧ୍ୟା ସାଢେ଼ ଛଅଟାରେ ହଲରୁ ପ୍ରଥମ ଧୂଆଁ ବାହାରିଥିଲା । ପରେ ପରେ ଅଗ୍ନିକାଣ୍ଡ ଘଟିଥିଲା ।