– ଭିନ୍ନକ୍ଷମ ଅବସ୍ଥାର ପ୍ରତିଶତ ମାତ୍ରା ପରିବର୍ତେ ସ୍ତର ଉଲ୍ଲେଖ ରହିବ
ଭୁବନେଶ୍ୱର – ରାଜ୍ୟରେ ଭିନ୍ନକ୍ଷମମାନଙ୍କୁ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥାର ସରଳୀକରଣ କରାଯାଇଛି । ଫଳରେ ଜିଲ୍ଲାସ୍ତରରେ ଅଥବା ଅନ୍ୟ କୌଣସି ସ୍ଥାନରେ ଆୟୋଜିତ ପରୀକ୍ଷଣ କି ଚିହ୍ନଟ କାଯ୍ୟକ୍ରମରେ ପହଂଚିବାକୁ ସମ୍ଭାବ୍ୟ ହିତାଧିକାରୀମାନଙ୍କୁ ଶ୍ରମ ଓ ସମୟ ସହିତ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ସ୍ୱୀକୃତିପ୍ରାପ୍ତ ଚିକିତ୍ସକ, ଜିଲ୍ଲା ସ୍ତରରେ କାର୍ଯ୍ୟରତ ଭିନ୍ନକ୍ଷମ ତଥା ପୁନର୍ବାସ ଅନୁÂାନର ତାଲିମପ୍ରାପ୍ତ ଅଧିକାରୀ ଇତ୍ୟାଦି ଏବେ ଭିନ୍ନକ୍ଷମ ପରିଚୟପତ୍ର ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହେବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ପଣ୍ଡା ଲୋକସେବା ଭବନରେ ପ୍ରକାଶ କରିଛନ୍ତି ଯେ ଭିନ୍ନକ୍ଷମମାନଙ୍କୁ ପରିଚୟପତ୍ର ପ୍ରଦାନ ବ୍ୟବସ୍ଥାର
ସରଳୀକରଣ ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟାନୁÂାନ, ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିÂାନ, ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିÂାନ, ବିଭାଗ ଅଧୀନସ୍ଥ ଶିକ୍ଷାନୁÂାନ ଏବଂ ଶିକ୍ଷକ ଶିକ୍ଷା କେନ୍ଦ୍ରରେ ଅବସ୍ଥାପିତ ଡାକ୍ତର ଏବଂ ଅଧିକାରୀମାନେ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି । ତେବେ ଉପରୋକ୍ତ ଅଧିକାରୀମାନେ ପ୍ରଦାନ କରୁଥିବା ପରିଚୟ ପତ୍ରର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥାର ତଦାରଖ କରିବ ।
ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ପରିଚୟ ପତ୍ରରେ ଏହା ପ୍ରଦାନ କରୁଥିବା ଅଧିକାରୀଙ୍କ ପଦବୀ, ତାରିଖ ଓ ସ୍ଥାନ, ଭିନ୍ନକ୍ଷମଙ୍କ ନାମ, ଅକ୍ଷମତାର ବର୍ଗ, ଆଧାର ନମ୍ବର, ଲିଙ୍ଗ-ବୟସ-ଜାତି-ପିତାମାତାଙ୍କ ନାମ-ଠିକଣା, ଜିଲ୍ଲା, ନିଦାନ ସହିତ ଭିନ୍ନକ୍ଷମ ସମସ୍ୟାର ପରିମାଣ “ସ୍ତର (ରେଂଜ)’ ଇତ୍ୟାଦି ଉଲ୍ଲେଖ କରାଯିବ । ଅକ୍ଷମତା ୪୦ ପ୍ରତିଶତରୁ କମ୍ ଥିଲେ, ୪୦ ପ୍ରତିଶତରୁ ଅଧିକ ମାତ୍ର ୬୦ ପ୍ରତିଶତରୁ କମ୍ ଥିଲେ, ୬୦ରୁ ଅଧିକ କିନ୍ତୁ ୮୦ ପ୍ରତିଶତରୁ କମ୍ ଏବଂ ୮୦ ପ୍ରତିଶତରୁ ଅଧିକ ଥିଲେ ସେସବୁକୁ ଯଥାକ୍ରମେ ଅଳ୍ପ, ମଧ୍ୟମ, ଗୁରୁତର ଓ ଅତ୍ୟନ୍ତ ଗୁରୁତର ବୋଲି ବି·ର କରାଯାଇ ପରିଚୟ ପତ୍ରରେ ଲିପିବଦ୍ଧ କରାଯିବ ।
ସମ୍ଭାବ୍ୟ ହିତାଧିକାରୀମାନଙ୍କୁ ଅଯଥା ଶ୍ରମ, ସମୟ ଓ ଆର୍ଥିକ ବୋଝରୁ ମଧ୍ୟ ମୁକ୍ତି ମିଳିବ । ଏହି ପରିଚୟ ପତ୍ର
ଆଧାରରେ ହିତାଧିକାରୀମାନଙ୍କୁ ବିଭାଗ ପକ୍ଷରୁ ପେନ୍ସନ୍, ସହାୟତା, ଉପକରଣ, ବିଭିନ୍ନ ପ୍ରୋତ୍ସାହନ, ଦକ୍ଷତା ବିକାଶ ତାଲିମ, ରାଜ୍ୟ ସରକାରଙ୍କ ବୃତି, ସ୍ୱତନ୍ତ୍ର ଶିକ୍ଷାନୁÂାନରେ ନାମଲେଖା ଇତ୍ୟାଦିର ସୁବିଧା ମିଳିପାରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ପରିଚୟ ପତ୍ର ପାଉଥିବା ହିତାଧିକାରୀମାନଙ୍କୁ ·କିରି ଓ ଶିକ୍ଷାଗ୍ରହଣ କ୍ଷେତ୍ରରେ ସଂରକ୍ଷଣ ସୁବିଧା ଉପଲବ୍ଧ ହେବ ନାହିଁ ।
ପେସ୍ସନ୍ ଏଣିକି ବ୍ୟାଙ୍କ ଆକାଉଂଟକୁ ଯିବ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଉପଲବ୍ଧ ପେନ୍ସନ୍ ରାଶି ଏଣିକି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ଜମା ହେବ । ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥା ସବୁ ସହରାଂଚଳ ଓ ବ୍ଲକ୍ ମୁଖ୍ୟାଳୟରେ ଲାଗୁହେବ । ନଭେମ୍ବର ମାସରେ ଏହି ବ୍ୟବସ୍ଥା ସବୁ ସହରାଂଚଳରେ ଏବଂ ଡିସେମ୍ବରରୁ ସବୁ ଗ୍ରାମାଂଚଳରେ ପଂଚାୟତ ସ୍ତରରେ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ଜମାହେବ । ତେଣୁ ଖୁବ୍ ଶୀଘ୍ର ସବୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟର ଆଧାର ସଂଯୋଗ ତଥା କାଗଜାତ୍ର ଡିଜିଟାଇଜେସନ୍ ଶେଷ କରିବାକୁ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ପତ୍ର ଲେଖିଛନ୍ତି ।
ସଚିବ ଶ୍ରୀ ଶର୍ମା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୧୫ ତାରିଖରେ ହିତାଧିକାରୀମାନେ ପଂଚାୟତ କାର୍ଯ୍ୟଳୟକୁ ଆସିବାବେଳେ ବ୍ୟାଙ୍କ୍ ପାସ୍ବୁକ୍ ଓ ଆଧାର କାଡର଼୍ ଆଣିବାକୁ କୁହାଯିବ ଏବଂ ସେଠାରେ ସେସବୁର ଜେରr କରାଯାଇପାରିବ । ବ୍ୟାଙ୍କ୍ ଅଧିକାରୀମାନଙ୍କୁ ସେହି ସ୍ଥାନକୁ ଡକାଯାଇ ହିତାଧିକାରୀଙ୍କ ଆକାଉଂଟ ଖୋଲିବା ସହିତ ଅପ୍ଡେସନ୍ କରାଯାଇପାରିବ ବୋଲି କୁହାଯାଇଛି । ଏଥିପାଇଁ ଜିଲ୍ଲାପାଳମାନେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଆଦୌ ବ୍ୟାଙ୍କ ସୁବିଧା ନଥିବା ଜଣେ ଗ୍ରାମାଂଚଳ ହିତାଧିକାରୀ ସମସ୍ୟା ହେତୁ ଯଦି ନଗଦ ଅର୍ଥ ନେବାକୁ ·ହିଁବେ, ତେବେ ସଂପୃକ୍ତ ପଂଚାୟତରେ ତାଙ୍କୁ ପୂର୍ବବତ୍ ଭତା ପ୍ରଦାନ କରାଯିବ । ୨୦୨୦ ଜାନୁଆରୀ ୧୫ ସୁଦ୍ଧା “ଜମାଖାତାକୁ ସିଧାସଳଖ ହସ୍ତାନ୍ତରଣ’ (ଡାଇରେକ୍ଟ ବ୍ୟାଙ୍କ୍ ଟ୍ରାନ୍ସଫର) ବ୍ୟବସ୍ଥା ସଂପୂର୍ଣ୍ଣ କରିବାକୁ କୁହାଯାଇଛି । ଏହି ବ୍ୟବସ୍ଥା ଫଳରେ ଜାତୀୟ ସାମାଜିକ ସହାୟତା ଯୋଜନା, ମଧୁବାବୁ ପେନ୍ସନ୍ ରାଶି ଇତ୍ୟାଦି ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଂଟରେ ଜମା ହୋଇପାରିବ ।