ନୂଆପଡା, ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର କିରାଣୀ ପ୍ରତିମା ଦାସ ଭିଜିଲାନ୍ସ ଦ୍ବାରା ଶନିବାର ଗିରଫ ହୋଇଛନ୍ତି ।ସୂଚନା ଅନୁସାରେ, ସେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ରେଗୁଲାର କରାଇ ଦେବା ସକାଶେ ତାଙ୍କ ସ୍ବାମୀ ଶ୍ରୀମନ୍ତ କୁମାର ନାଏକ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ୍ ତାଙ୍କୁ ଗିରଫ କରିଛି । ନବରଙ୍ଗପୁର ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାନୀଙ୍କ ନେତୃତ୍ବରେ ମାଳକାନଗିରୀ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ନୂଆପଡା ଭିଜିଲାନ୍ସ୍ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, କଳାହାଣ୍ଡି ଜିଲା ଡିଏସପି ସତ୍ୟବାନ ମହାନନ୍ଦ ପ୍ରମୁଖ ଏହି ଚଢଉ ଟିମରେ ସାମିଲ ଥିଲେ ।
Related Stories
November 22, 2024