ଗଞ୍ଜାମ – ଗୁଣି ଗାରେଡ଼ିକୁ ପ୍ରମାଣିତ କର କିମ୍ବା ଭୂତ ପ୍ରେତଙ୍କୁ ଦେଖାଅ, ଯିଏ ଏହା ପ୍ରମାଣିତ କରିବାରେ ସଫଳ ହେବ ତାକୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଘୋଷଣା କରିଛନ୍ତି । ଗୁଣି ଗାରେଡ଼ି ଭୂତ ପ୍ରେତ ଘଟଣାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗାଁ ଓ ସାହିରେ କ୍ରମାଗତ ଭାବେ ଡ଼ାହାଣୀ ସନ୍ଦେହରେ ଆକ୍ରମଣ ଓ ହତ୍ୟାକାଣ୍ଡ ଭଳି ଅପରାଧ ଘଟିଚାଲିଥିବାରୁ ଏହାକୁ ଚ୍ୟାଲେଞ୍ଜ୍ କରି ଏବଂ ଏ ଦିଗରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏହି ଘୋଷଣା କରିଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଏଭଳି ଘୋଷଣା ଲୋକଙ୍କ ମଧ୍ୟରେ ସଚେତନତାର ବାର୍ତା ପହଂଚାଇବାରେ ସହାୟକ ହେବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।