
ପୂର୍ବରୁ ୪ଟି କେନ୍ଦ୍ରରେ ୮ଟି କାଉଂଟର ରହିଥିଲା । ଏବେ ଆଉ ଦୁଇଟି କେନ୍ଦ୍ର ଖୋଲା ଯାଇଛି । ଫଳରେ ୬ଟି କେନ୍ଦ୍ରରେ ୧୨ଟି କାଉଂଟର ଜରିଆରେ ରୋଗୀଙ୍କୁ ଔଷଧ ବିତରଣ କରାଯିବ । ଗୋଟିଏ କାଉଂଟରରେ ବରିଷ୍ଠ ନାଗରିକ ମାନଙ୍କୁ ଔଷଧ ବିତରଣ ପାଇଁ ସୁବିଧା କରାଯାଇଛି ।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମକେସିଜି ମେଡ଼ିକାଲ କଲେଜ ଅଧ୍ୟକ୍ଷ ତଥା ଡ଼ିନ୍ ପ୍ରଫେସର ଡଃ. ଦିପ୍ତୀମୟୀ ତ୍ରିପାଠୀ, ମେଡ଼ିକାଲ ଅଧିକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଅଧିକ୍ଷକ ଡା. କିରଣ କୁମାର ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।