ଏହି ଅବସରରେ ସ୍ବର୍ଗତ ଦାସ ନିଃସ୍ଵାର୍ଥପର ଭାବରେ ଜନସ୍ବାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗରେ କାର୍ଯ୍ୟରତ ହଜାର ହଜାର ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ପାଇଁ ଅହରହ ଉଦ୍ୟମ କରି ଆସୁଥିଲେ। ସ୍ବର୍ଗତ ଦାସ ସଂଘର ପୂର୍ବତନ ଉପଦେଷ୍ଟା ରାଜ୍ୟର ବିଶିଷ୍ଟ ଶ୍ରମିକ ନେତା ତଥା ପୂର୍ବତନ କଟକ ସାଂସଦ ସ୍ବର୍ଗତ ଶ୍ରୀନିବାସ ମିଶ୍ର ଏବଂ ସଂଘର ପ୍ରାଣ ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ସୁଦାମ ଚରଣ ପାଣିଗ୍ରାହୀଙ୍କ ଦକ୍ଷ ସହଯୋଗୀ ରୂପେ କାର୍ଯ୍ୟ କରି ବହୁ ଆନ୍ଦୋଳନରେ ନେତୃତ୍ବ ନେଇ ଅନେକ ସମସ୍ୟାର ସମାଧାନ କରିପାରିଥିଲେ । ସେ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ବ କାଳ ରାଜ୍ୟର ଶ୍ରମିକ କର୍ମଚାରୀଙ୍କ ସେବାରେ ନିଜକୁ ନିୟୋଜିତ କରିଆସିଥିଲେ ବୋଲି ମଞ୍ଚାସୀନ ଅତିଥି ମାନଙ୍କ ସମେତ ଅନ୍ୟ ବକ୍ତାମାନେ ମତବ୍ୟକ୍ତ କରି ତାଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହି ଅବସରରେ ସ୍ଥାନୀୟ ଲାଠି ସ୍ଥିତ କୁଷ୍ଠାଶ୍ରମ ଆଶା ନିକେତନର ଚାଳିଶି ଜଣ ଅନ୍ତେବାସୀ ମାନଙ୍କ ମଧ୍ୟରେ ଅନ୍ନ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ କର୍ମକର୍ତ୍ତାଙ୍କ ସମେତ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବଲପୁରରୁ କାର୍ଯ୍ୟକାରୀ ସଭାପତି ଶେଷଦେବ କାଣ୍ଡ, ପୂର୍ବତନ ରାଜ୍ୟ ଯୁଗ୍ମ ସମ୍ପାଦକ ଦୁର୍ଗା ପ୍ରସାଦ ଦାସ, ଉପସଭାପତି ଦଫେବାଗ୍, ଡମ୍ବରୁଧର ସାହୁ, ଢେଙ୍କାନାଳରୁ ଉପସଭାପତି ବାଳକୃଷ୍ଣ ବିଶ୍ବାଳ, ଭବାନୀ ପାଟଣାରୁ ପୂର୍ବତନ ସଭାପତି ଅଶ୍ବିନୀ କୁମାର ପ୍ରଧାନ, ବଲାଙ୍ଗୀରରୁ ସୀମାଞ୍ଚଳ ପଣ୍ଡା, ବୌଦ୍ଧରୁ ସନ୍ତୋଷ କୁମାର ଗୌଡ଼, ଫୁଲବାଣୀରୁ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଭଞ୍ଜନଗରରୁ ଦେବୀ ଦିହୁଡି, ଜି.ଉଦୟଗିରିରୁ ଅମୂଲ୍ୟ କୃଷ୍ଣ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ କୁମାର ଦାସ ,କୋରାପୁଟରୁ ଖଣ୍ଡ ସମ୍ପାଦକ ଭୀମସେନ ଦ୍ବିବେଦୀ, ଛତ୍ରପୁରରୁ ଜି. କାମରାଜ ରେଡ୍ଡୀ, ଭୁବନେଶ୍ୱରରୁ ଗୋକୁଳାନନ୍ଦ ମହାପାତ୍ରଙ୍କ ସମେତ ବ୍ରହ୍ମପୁର ଖଣ୍ଡ ସମ୍ପାଦକ ନରସିଂହ ଦାସ, ଶାଖା ସମ୍ପାଦକ ଜି. କ୍ରିଷ୍ଣା ରେଡ୍ଡୀ, କୋଷାଧ୍ୟକ୍ଷ ରଘୁନାଥ ପାତ୍ର, ରାମକୃଷ୍ଣ ଯେନା, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର କୋଠିଆ, ସତ୍ୟନାରାୟଣ କର, ବିଜୟ ଚନ୍ଦ୍ର ପଣ୍ଡା, କାଳୁ ପଣ୍ଡା, ନବକୃଷ୍ଣ ପଢିହାରୀ, ଶିଶିର ଗୌଡ଼, ଜି. ଗୁରୁନାଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ବାଳକୃଷ୍ଣ ଚୌଧୁରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଏକ ପ୍ରେସ୍ ବିଜ୍ଞପ୍ତି ଜାରୀ କରିଛନ୍ତି ।