ପୁରୀର କିଛି ବୁଦ୍ଧିଜିବୀ ପୋଲିସର କାର୍ଯ୍ୟଧାରକୁ ନା ପସନ୍ଦ କରିବା ସହିତ ପ୍ରଶ୍ନ କରିଛନ୍ତି ଯେ ଥାନା ପାଖରେ ଭିଡ଼ ରହିଲେ କଣ ସଂକ୍ରମଣ ବଡ଼ିବନି ମାସ୍କ ଚେକିଂ କରାଯାଉଛି ଏବଂ ସାମାଜିକ ଦୂରତା ନାହିଁ |ପୋଲିସ ବିନା କାରଣ ରେ ଲୋକ ମାନଙ୍କୁ ଥାନା କୁ ଉଠେଇ ଆଣୁଛି |ଏହି କଥାଟି କିଛି ବୁଦ୍ଧିଜିବୀ ମହଲର ପ୍ରଶ୍ନ କରାଯାଇଛି ଯଦି ଲୋକ ମାନଙ୍କୁ ମାସ୍କ ଚେକିଂ କରାଯାଉଛି ତାହାହେଲେ ଯେଉଁ ଜାଗା ରେ ମାସ୍କ ଚେକିଂ କରୁଛନ୍ତି ସେହି ଜାଗା ରେ ଫାଇନ କଟାଯାଉ l କିନ୍ତୁ ବିନା କାରଣ ରେ ଥାନା ମାନଙ୍କରେ ନେଇ ଆସି ଏଭଳି ଗହଳି କରିବା ଦ୍ୱାରା ସଂକ୍ରମଣ ଆଶଙ୍କା ମଧ୍ୟ ରହିଛି ବୋଲି କିଛି ଲୋକମାନେ ମତପ୍ରକାଶ କରିଛନ୍ତି |
ଏବଂ ମାସ୍କ ଚେକିଂ କରିବା ସହିତ ସେହି ଲୋକ ମାନଙ୍କର ଫୋଟୋ ମଧ୍ୟ ଉତ୍ତୋଳନ କରାଯାଉଛି |ଲୋକ ମାନଙ୍କ ର କହିବା କାରଣ ହେଉଛି ଯଦି ମାସ୍କ ଚେକିଂ କରୁଛନ୍ତି ତାହା ହେଲେ ଆମକୁ ବିନା କାରଣ ରେ ପୋଲିସ ଭ୍ୟାନରେ ବସେଇ ଥାନାକୁ ଆଣି ଫୋଟୋ ଉତ୍ତଳନ କରିବା କଣ ଠିକ, ଆମେ କଣ କ୍ରିମିନାଲ କି? କିଛି ଲୋକ ମାନଙ୍କର ପ୍ରତିକ୍ରିୟାରେ କହିବା ସହିତ ପୁରୀ ସମୁଦ୍ର କୂଳ ଥାନା ସମ୍ମୁଖରେ ବିରୋଧରେ ଭିଡ଼ ଦେଖିବାକୁ ମିଳିଛି |