-
ବିଷ ପିଇ ଗୁରୁତର ଚାଷୀଙ୍କ ମୃତ୍ୟୁ
ସମ୍ବଲପୁର, ସମ୍ବଲପୁର ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଛି । ଗତ ବୁଧବାର ବିଷ ପିଇ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତି ହୋଇଥିବା ଏବଂ ସେଠାରେ ଚିକିତ୍ସାଧିନ ଥିବା ଚାଷୀ କବଲ୍ୟ ରୋହିଦାସଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । ତାଙ୍କ ଘର ଜିଲ୍ଲାର ଧନକଉଡ଼ା କୁଦଗୁଣ୍ଡେରପୁର ଗାଁରେ । ଚାଷରେ କ୍ଷତି ଓ ଧାନ ବିକ୍ରିରେ ସମସ୍ୟା ପାଇଁ ସେ ବିଷ ପିଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।