ଏ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଝାରସୁଗୁଡାପୋଷ୍ଟ ଅଫିସ୍କୁ ପୁନଃକାର୍ଯ୍ୟକ୍ଷମକରିବା ପାଇଁ ବିଜେପି ରାଜ୍ୟ ସଂପାଦକ ଶ୍ରୀଟଙ୍କଧର ତ୍ରିପାଠୀଙ୍କଠାରୁ ଏକ ପତ୍ରପ୍ରାପ୍ତ କରିଥିଲେ । ବେଙ୍ଗଲ – ନାଗପୁର ରେଳଲାଇନ୍ରେ ଝାରସୁଗୁଡା ରେଳଷ୍ଟେସନ କାର୍ଯ୍ୟକ୍ଷମହେବା ପରେ ୧୮୯୫ ମସିହାରେ ଝାରସୁଗୁଡା ପୋଷ୍ଟ ଅଫିସ ସା୍ଥପନା କରାଯାଇଥିଲା । ସ୍ୱାଧୀନତାପୂର୍ବରୁ ପଶ୍ଚିମ ଓଡିଶାରେ ଝାରସୁଗୁଡା ଅର୍ଥନୈତିକ ପେଣ୍ଠସ୍ଥଳିଭାବେ ପରିଣତ କରିବାରେଏହି ୧୨୬ ବର୍ଷ ପରୁଣା ପୋଷ୍ଟ ଅଫିସର ଝାରସୁଗୁଡାର ଆଧୁନିକ ଇତିହାସରେ ବେଶଗୁରୁତ୍ୱପୁର୍ଣ୍ଣଭୂମିକାରହିଛି ।
ଭାରତରେ ଭାରତୀୟ ଡାକସେବା ଦ୍ୱାରା ବିହାର, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଉତର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଥିବା ୩୬ଟିଐତିହ୍ୟପୋଷ୍ଟ ଅଫିସ୍ର ରକ୍ଷାଣବେକ୍ଷଣ କରାଯିବା ସହ ଭାରତୀୟଡାକସେବାରଗୌରବମୟଇତିହାସ, ସାମାଜିକ ଓ ସାଂସ୍କୃତିକ ମହତ୍ୱକ ୁଦୃଷ୍ଟିରେରଖିପୋଷ୍ଟ ଅଫିସ୍କୁଐତିହ୍ୟପୋଷ୍ଟ ଅଫିସ୍ ଭାବେ ମାନ୍ୟତା ଦେବା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ ପତ୍ରରେଉଲ୍ଲେଖକରିଛନ୍ତି ।
ଏହି ପରିପ୍ରେକ୍ଷୀରେ ୧୮୯୫ ମସିହାରେ ସ୍ଥାପିିତ ଝାରସୁଗୁଡାପୋଷ୍ଟ ଅଫିସର ଇତିହାସ ଏବଂ ଜିଲ୍ଲାର ବିକାଶ ପ୍ରତି ଥିବା ଅବଦାନକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରିଏହାକୁଐତିହ୍ୟ ପୋଷ୍ଟ ଅଫିସ୍ ଭାବେ ମାନ୍ୟତା ଦେବାସହଏହାର ପୁନଃଉଦ୍ଧାର କରିବା ପାଇଁ ପତ୍ରରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା