-
ଶନିବାର ଓ ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ
-
ମିଳିବ ଅଭଡ଼ା ହେଲେ ଆନନ୍ଦ ବଜାରରେ ଖାଇପାରିବେ ନାହିଁ
ଅଗଷ୍ଟ ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର ।ପ୍ରଥମ ପର୍ଯ୍ୟୟରେ ୫ ଦିନ ସେବାୟତ ପରିବାର କରିବେ ମହାପ୍ରଭୁଙ୍କ ଦର୍ଶନ |ଏନେଇ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ୫ ଦିନ ସେବାୟତ ପରିବାରକୁ ଦର୍ଶନ କରିବାକୁ ମିଳିବ ଅନୁମତି । ଏହାପରେ ୨୩ ଅଗଷ୍ଟରୁ ୪ ସପ୍ତାହ ପର୍ଯ୍ୟନ୍ତ ଦୁଇ ଡୋଜ୍ ଟିକା ନେଇ ସାରିଥିବା ବ୍ୟକ୍ତି କିମ୍ବା ୯୬ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ ସହିତ ଭିତରକୁ ଯାଇପାରିବେ ବୋଲି ନିଷ୍ପତ୍ତି ହୋଇଛି |
ସକାଳ ୭ ଘଂଟିକା ରୁ ରାତ୍ରି ୮ ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ |ପୂର୍ବ ପରି ପ୍ରତ୍ୟେକ ଶନିବାର ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ ଏବଂ ସାନିଟାଈଜ଼ କରାଯିବ |ପର୍ବ ପର୍ବାଣି ଦିନ ମାନଙ୍କରେ ସଂକ୍ରମଣକୁ ରୋକିବା ପାଇଁ ଦର୍ଶନ ବନ୍ଦ ରହିବ |ଏହାପରେ କରୋନା ସ୍ଥିତକୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ |
ଶ୍ରୀମନ୍ଦିର ସେବା ସହିତ ଜଡିତ ସେବାୟତ, ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ୭ ରୁ ୧୦ ଅଗଷ୍ଟ ତିନିଦିନ ଧରି କୋଭିଡ ଟେଷ୍ଟ କରାଯିବ | ଅଭଡ଼ା ମିଳିବ ହେଲେ ଆନନ୍ଦ ବଜାରରେ କେହି ଖାଇପାରିବେ ନାହିଁ |ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତିଶା ନିଯୋଗ ପ୍ରତିନିଧି, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ |ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାଶକ ଡ଼ କିଷାନ କୁମାର ନିଜ ପ୍ରତିକ୍ରିୟାରେ ଏହି ସୂଚନା ପ୍ରଦାନ କରିଛନ୍ତି |ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି |