
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଶ୍ରୀ ରୋହିତ ପୂଜାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ବିଧାୟକ ଶ୍ରୀ ରୋହିତ ପୂଜାରୀ ଏବଂ ତାଙ୍କ ପତ୍ନୀ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନେଇ ଅବଗତ ହେଲି । ଉଭୟଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।