
ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ସାମ୍ବାଦିକତା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ଆଜିର ଦିନରେ ଓଡ଼ିଶାର ପ୍ରଥମ ଖବରକାଗଜ \’ଉତ୍କଳ ଦୀପିକା\’ ପ୍ରକାଶ ପାଇଥିଲା । ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଓଡ଼ିଆ ସାମ୍ବାଦିକତାକୁ ସମୃଦ୍ଧ କରିଥିବା ସମସ୍ତ ବ୍ୟକ୍ତିଙ୍କ ଅବଦାନ ସର୍ବଦା ସ୍ମରଣୀୟ ।