ଭୁବନେଶ୍ୱର – ମାହାଙ୍ଗା ନିର୍ବାଚନମଣ୍ଡଳୀର ନୃତାଙ୍ଗ ଗ୍ରାମ ପଂଚାୟତର ଜଣେ ଦଳିତ ଯୁବକ ବିକାଶ ଜେନାଙ୍କୁ ସେହି ପଂଚାୟତର ସରପଂଚ ପ୍ରଫୁଲ କୁମାର ବିଶ୍ୱାଳ ଡିସେମ୍ବର ୨୦୧୮ ମସିହାରେ ହତ୍ୟା କରିଥିଲେ । ହତ୍ୟାକାରୀଙ୍କ ବିରୁଦ୍ଧରେ ପୋଲିସ କୌଣସି କାର୍ଯ୍ୟାନୁÂାନ ନେଉନାହିଁ । ଅପରାଧୀ ନାଁ ରେ ଅନେକ ସଙ୍ଗୀନ ମାମଲା ଥିବା ସତ୍ୱେ ପୋଲିସ ଶାସକ ଦଳ ଚାପରେ ତାକୁ ଗିରଫ କରୁନାହିଁ । ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମାହାଙ୍ଗା ଗସ୍ତ କରି ମୃତ ବିକାଶ ଜେନାଙ୍କ ପରିବାରକୁ ଭେଟିବା ସହ ମାହାଙ୍ଗା ପୋଲିସ ଆଗରେ ଅପରାଧୀ ପ୍ରଫୁଲ ବିଶ୍ୱାଳକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ସେହିପରି ମାହାଙ୍ଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ର୍ଦୁନୀତି ହୋଇଛି । ୨୦୦୨ ମସିହାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କେଶବ ଜେନା ଇନ୍ଦିରା ଆବାସ ଘର ପାଇଥିଲେ । ୨୦୧୪-୧୫ ମସିହାରେ ତାଙ୍କ ପୁଅ ଫକୀର ଜେନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ଏକ ଘର ନେଇଥିଲେ । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଏହା ବେଆଇନ ବୋଲି ଦର୍ଶାଯାଇଛି । ଏହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୫ ହଜାରରୁ ଉଦ୍ଧ୍ୱର୍ ଘର ବେଆଇନ ଭାବେ ବଂଟନ କରାଯାଇଛି । ସେହିପରି ଖାଦ୍ୟ ସୁରକ୍ଷା ଆଇନରେ ମାହାଙ୍ଗା ପଂଚାୟତ ସମିତିର ଅଧ୍ୟକ୍ଷ ଭିକାରୀ ସ୍ୱାଇଁଙ୍କ ନାଁ ରାସନ କାର୍ଡରେ ରହିବା ଘଟଣା ସମସ୍ତ ଖବରକାଗଜରେ ପ୍ରକାଶ ପାଇଥିଲା । ପକ୍କା ଘର ର୍ଦୁନୀତି ନେଇ ମାହାଙ୍ଗା ଜିଲ୍ଲା ବିଜେପି ପକ୍ଷରୁ ବିରୋଧୀ ଦଳ ନେତାଙ୍କୁ ଏକ ଦାବି ପତ୍ର ଦିଆଯାଇଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଜିଲ୍ଲା ପ୍ରଶାସନକୁ ଭେଟି ଅଯୋଗ୍ୟ ହିତାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ନେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପାଇଁ ଦାବି କରିଛନ୍ତି । ଶ୍ରୀ ନାୟକ ଗୌଡପଡା ଡାକ ବଙ୍ଗଳାର ପ୍ରମୁଖ କାର୍ଯ୍ୟକର୍ତା ସମାବେଶରେ ଯୋଗଦେବା ସହ ଏକ ସାମ୍ବାଦିକ ସମ୍ମିଳନୀ କରି ପକ୍କା ଘର ର୍ଦୁନୀତି ସଂର୍ପକରେ ନିଜ ଅଭିଭାଷଣ ରଖିଥିଲେ ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।