ଓଡ଼ିଶା ବ୍ରାହ୍ମଣ ସମାଜ ଶ୍ରୀମନ୍ଦିର ଦକ୍ଷିଣଦ୍ଵାର ତରଫରୁ ଆଚାର୍ଯ୍ୟ ରତିକାନ୍ତ ଦାଶ ଶର୍ମା ମହୋଦୟ ଙ୍କ ଅଧ୍ୟକ୍ଷତାରେ ପୁରୀ ପଞ୍ଚୁକୋଶୀ ବ୍ରାହ୍ମଣ ସମାଜ ର ପଦାଧିକାରୀ ମାନଙ୍କୁ ନେଇ ଏକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ପଞ୍ଚୁକୋଶୀ ବ୍ରାହ୍ମଣ ସମାଜ ଙ୍କ ବସିବା ପାଇଁ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ ରେ ମର୍ଯ୍ୟାଦା ଜନକ ସ୍ଥାନ ପାଇଁ ମତ ପ୍ରକାଶ ପାଇଥିଲା |
ଓଡ଼ିଶା ବ୍ରାହ୍ମଣ ସମାଜ ପୂର୍ବରୁ କରିଥିବା ଦାବିଗୁଡିକ ସମ୍ପର୍କରେ ଆଲୋଚନା ହୋଇ ପୁନଃ ସେ ଦାବିଗୁଡିକ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବା ନିମନ୍ତେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଙ୍କୁ ପତ୍ର ଲେଖାଯିବ ବୋଲି ନିଷ୍ପତ୍ତି ହୋଇଛି |ପୁରୀ ପଞ୍ଚୁକୋଶୀ ବ୍ରାହ୍ମଣ ମାନଙ୍କର ଏକମାତ୍ର ଜୀବନ ଜୀବିକା ହେଉଛି ଶ୍ରୀମନ୍ଦିର ସଂଲଗ୍ନ କାର୍ଯ୍ୟ ତଥା ଶ୍ରାଦ୍ଧ, ପିଣ୍ଡ ଦାନ,ପ୍ରାୟଶ୍ଚିତ ଆଦି ମୁଖ୍ୟ କାର୍ଯ୍ଯ ପୁରୀ ପଞ୍ଚୁକୋଶୀ ବ୍ରାହ୍ମଣ ପରିବାରର ତେଣୁ ବର୍ଷ ବର୍ଷ ମନ୍ଦିର ବନ୍ଦ ତଥା ଧର୍ମ କର୍ମ ବନ୍ଦ ଯୋଗୁଁ ବ୍ରାହ୍ମଣ ପରିବାର ଆଜି ଉତ୍କଟ ଦାରିଦ୍ର୍ୟ ର ପଦଧ୍ବନି | ତେଣୁ ସରକାର ଙ୍କୁ ଚେତାଇବା ପାଇଁ ଓଡ଼ିଶା ବ୍ରାହ୍ମଣ ସମାଜ ଆଗାମୀ ଦିନରେ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବୈଠକ ନିଷ୍ପତ୍ତି ହୋଇଛି |