ଆମ୍ ଆଦମୀ ପାର୍ଟି ପୁରୀ ତରଫରୁ ସ୍ଥାନୀୟ ଭକ୍ତ ସାଲବେଗ ପୀଠ ଠାରେ ଆପ୍ ଓଡିଶା ମୁଖପାତ୍ର ରଙ୍ଗାଚରଣ ପ୍ରଧାନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ୱିଳନୀ କରି ନିଜ ମନ୍ତବ୍ୟରେ କହିଛନ୍ତି ଯେ
ଓଡ଼ିଶା ସରକାରଙ୍କ ତରଫରୁ ପୁରୀ ସହରରେ ଆରମ୍ଭ କରାଯାଇଥିଲା ସୁଜଳ ଯୋଜନା ଅନ୍ତର୍ଗତ “Drink From Tap “ଯୋଜନାକୁ ଆମ୍ ଆଦମୀ ପାର୍ଟି ପୁରୀ ତରଫରୁ ସମାଲୋଚନା କରାଯାଇ, ଏହାକୁ “ଘର ଘର ପାଣି ବିଲ୍ ଯୋଜନା” ବୋଲି ଅଭିହିତ କରିଛନ୍ତି ।ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣର ସ୍ୱଚ୍ଛ ପିଇବା ପାଣି ଯୋଗାଇବା ସମ୍ବିଧାନର ଧାରା ୨୧ ରେ ଥିବା ବଞ୍ଚିବାର ଅଧିକାର ମଧ୍ୟରେ ଆସୁଛି । କିନ୍ତୁ ଓଡ଼ିଶା ସରକାର ଏବେ ପୁରୀ ବାସୀଙ୍କୁ ପ୍ରତି ମାସ ରେ ଚଢ଼ା ବିଲ ଦେଇ ପିଇବା ପାଣିରେ ବ୍ୟବସାୟ କରିବା ଆରମ୍ଭ କରିଛନ୍ତି ।ଓଡ଼ିଶା ସରକାରଙ୍କର ସୁଜଳ ମିଶନ୍ ର ୱେବସାଇଟ ରେ ଉଲ୍ଲେଖ ଅଛି ଯେ ସରକାର ମାସିକ ୬୦୦୦ ଲିଟର ପର୍ଯ୍ୟନ୍ତ ମାଗଣା ପିଇବା ପାଣି ଯୋଗାଇଦେବେ ।
କିନ୍ତୁ ଏ “Drink From Tap” ଯୋଜନାରେ ସେପରି କିଛି ନାଇ । ଆମ୍ ଆଦମୀ ପାର୍ଟି ବିଶ୍ୱାସ କରେ ଜଣେ ଲୋକ ପାଖରେ ଯଦି ପଇସା ନଥାଏ ତେବେ ସେ ପିଇବା ପାଣି ରୁ ବଞ୍ଚିତ ହେବା ଉଚିତ୍ ନୁହେଁ ।ସେଥିପାଇଁ ଆମ୍ ଆଦମୀ ପାର୍ଟି ଶାସନ କରୁଥିବା ଦିଲ୍ଲୀରେ ଗତ ସାତ ବର୍ଷ ହେଲା ଲୋକଙ୍କୁ ମାସକୁ ୨୦ ହଜାର ଲିଟର ପର୍ଯ୍ୟନ୍ତ ପାଣି ମାଗଣାରେ ଯୋଗାଇ ଦିଆଯାଉଛି । ସରକାର ସମସ୍ତଙ୍କ ଠାରୁ ପାଣି ବାବଦରେ ଚଢ଼ା ଦେୟ ଆଦାୟ କରି ପୁରୀ ର ବ୍ୟବସାୟ ଏବଂ ବାଣିଜ୍ୟ ରୁ ଅତିକମ୍ ରେ ମାସକୁ ତିନିକୋଟି ଟଙ୍କାର ଚାହିଦା ହ୍ରାସ କରିଛନ୍ତି । ଏହାସହିତ ସରକାର କିଛି ମାସ ପୂର୍ବେ ବିଜୁଳି ଦର ବଢାଇ ପ୍ରତ୍ୟେକ ପରିବାର ର ବଜେଟ ଓ ବଜାର ର ବ୍ୟବସାୟକୁ କ୍ଷତିଗ୍ରସ୍ତ କରି କେବଳ ସରକାରଙ୍କ ବଜେଟ କମ୍ କରାଇବାରେ ଲାଗିଛନ୍ତି । ଆପ୍ ପାର୍ଟି ତରଫରୁ ଦାବି କରାଯାଇଛି ଜେ ଦିଲ୍ଲୀ ଭଳି ଓଡ଼ିଶାରେ ତଥା ପୁରୀ ରେ ପ୍ରତ୍ୟେକ ପରିବାରକୁ ୨୦ହଜାର ଲିଟର ପର୍ଯ୍ୟନ୍ତ ଦେୟମୁକ୍ତ ସ୍ୱଚ୍ଛ ପିଇବା ପାଣି ଯୋଗେଇଦିଅନ୍ତୁ । ୨୦ ହଜାର ଲିଟର ପରେ ଏମିତି ଦର ସ୍ଥିର କରନ୍ତୁ ଯାହା ଫଳରେ ମିଟର କନେକ୍ସନ ନେଇଥିବା ପୁରୀବାସୀ ଆଗରୁ ଯାହା ଦେଇଥିଲେ ଏବେ ମଧ୍ୟ ସେଇଆ ଦେବେ ।
ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ସରକାରଙ୍କ ଦ୍ଵାରା ଅନଲାଇନ ପାଣି ପରୀକ୍ଷା ଉପରେ ପୁରୀ ବାସୀଙ୍କର ଭରସା ନାହିଁ ।ତେଣୁ ଆମେ ଦାବି କରୁଛୁ ସରକାର ପ୍ରତିଦିନ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନର ନିୟମ ଅନୁସାରେ ଅତିକମ ରେ ୨୫ ଟି ସ୍ଥାନରୁ ପାଣି ସଂଗ୍ରହ କରି ତାକୁ ପରୀକ୍ଷା କରନ୍ତୁ । ସରକାର ଦାବି ପୁରା ନକଲେ ଆମ୍ ଆଦମୀ ପାର୍ଟି ତରଫରୁ ପୁରୀର ଘରେ ଘରେ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହେବ