-
ଗାଇଡ଼୍ ଓ ଫଟୋଗ୍ରାଫରଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ଧାରଣା
ପୁରୀ, ପର୍ଯ୍ୟଟକଙ୍କ ପାଇଁ ଆଜି ଠାରୁ ଖୋଲିଛି କୋଣାର୍କ ସୂର୍ଯ୍ୟମନ୍ଦିର । ପର୍ଯ୍ୟଟକ ମାନେ କରୋନା କଟକଣା ଅନୁପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଓ ମୁହଁରେ ମାସ୍କ ପିନ୍ଧି ସୂର୍ଯ୍ୟମନ୍ଦିର ପରିଦର୍ଶନ କରୁଛନ୍ତି । ଏଥି ନିମନ୍ତେ ଅନ୍ ଲାଇନ୍ ବୁକିଂ ସହ କାଉଂଟରରେ ମଧ୍ୟ ଟିକେଟ୍ କିଣିବା ପାଇଁ ଅନ୍ ଲାଇନ୍ ପେମେଂଟ ବ୍ୟବସ୍ଥା ହୋଇଛି । ପ୍ରତିଦିନ ୨୦୦୦ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ।
ତେବେ ଏଏସଆଇ ପକ୍ଷରୁ ଗାଇଡ଼୍ ଓ ଫଟୋଗ୍ରାଫରଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ନମିଳିବା କାରଣରୁ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ପ୍ରତିବାଦ କରିବା ସହ କୋଣାର୍କ ସୂର୍ଯ୍ୟମନ୍ଦିର ଗେଟ୍ ରେ ତାଲା ପକାଇ ଧାରଣାରେ ବସି ରହିଛନ୍ତି ଗାଇଡ଼୍ ଓ ଫଟୋଗ୍ରାଫର ।ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ଏଡାଇବା ପାଇଁ ଅପ୍ରେଲ ୧୬ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ମନ୍ଦିର ଦର୍ଶନ ବନ୍ଦ ରହିଥିଲା ।