
ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୧ ହଜାର ୮୪୧ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୨ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୪୬ ହଜାର ୬୭୦ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳ ଭଣ୍ଡାରର ଜଳ ପତନ ଆଜି ଦିନ ୧୨ ସୁଦ୍ଧା ୬୦୬.୬୦ ଫୁଟ୍ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ରାତି ୯ଟା ସୁଦ୍ଧା ୬ଟି ସ୍ଲୁଇସ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଡ଼୍ୟାମ୍ କର୍ତୃପକ୍ଷ ପରବର୍ତି ସମୟରେ ଅନ୍ୟ ୪ଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରିଛନ୍ତି ।