ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୃଷି, ରାଜସ୍ୱ, ଯୋଗାଣ ଏବଂ ସମବାୟ ସଂସ୍ଥାର ମିଳିତ ସହଯୋଗରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଜାରୀ ରହିଛି । ଏହାର ମିଆଦ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ରହିଛି ।
କିନ୍ତୁ, ସମନ୍ୱୟର ଅଭାବ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଶେରଗଡ଼ ବ୍ଲକରେ ଚାଷୀ ପଞ୍ଜିକରଣ ତ୍ୱରାନ୍ୱିତ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ଶେରଗଡ଼ ତହସିଲଦାର ଡଃ. ଦୟାସିନ୍ଧୁ ପରିଡ଼ା ଏବଂ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ପ୍ରମୁଖ ବ୍ଲକର ସମସ୍ତ ପ୍ରାଥମିକ ସେବା ସମବାୟ ସମିତିକୁ ଯାଇ ଚାଷୀ ପଞ୍ଜିକରଣ ବ୍ୟବସ୍ଥା ଯାଂଚ୍ କରିବା ସହ ତୁରନ୍ତ ଏହାକୁ ଶେଷ କରିବାକୁ ସମ୍ପାଦକ ମାନଙ୍କୁ ପରାମର୍ଶ ଦେଇଛନ୍ତି ।