
-
ବୋମା ଓ ମାରଣାସ୍ତ୍ର ଜବତ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଟାମଣା ଘାଟି କାଳୁଆ ମନ୍ଦିର ନିକଟରେ ଏକାଠି ହୋଇ ଏକ ଡ଼କାୟତି ଯୋଜନା କରୁଥିବା ବେଳେ କେ. ନୂଆଗାଁ ଥାନା ପୋଲିସ ସେଠାରେ ଚଢ଼ଉ କରି ଏହାକୁ ପଣ୍ଡ କରିବାରେ ସଫଳ ହୋଇଛି । ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ମାନେ ହେଲେ କୁନା ପ୍ରଧାନ, ରଞ୍ଜିତ୍ ପ୍ରଧାନ, ଶିବରାମ ପ୍ରଧାନ, ଶଙ୍କର ପ୍ରଧାନ, ବିକାଶ ବେହେରା, ପ୍ରସାଦ ଗୌଡ଼ ଓ ସଞ୍ଜୟ ରଣା । ସେମାନଙ୍କ ଠାରୁ ନଗଦ ୬୧ ହଜାର ୨୮୦ ଟଙ୍କା, ୨ଟି ବାଇକ୍, ଖଣ୍ଡା, ଲୁହାରଡ଼, ୩ଟି ବୋମା, ଓ ଗୋଟିଏ ଖେଳନା ପିସ୍ତଲ ଜବତ ହୋଇଥିବା ନେଇ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି ।