ରାଂଚି, ଝାରଖଣ୍ଡରେ କରୋନାର ୩୬ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୨ ହୋଇଛି ।
ମଣିପୁରରେ ୮୦୧ କରୋନାର ନୂଆ ମାମଲା
ଇମ୍ଫାଲ, ମଣିପୁରରେ ଗତ ୨୪ ଘଂଟାରେ ୮୦୧ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ୧୦,୫୪୦ ସକ୍ରିୟ ମାମଲା ରହିଛି ।
ମୁମ୍ବାଇରେ ଗତ ୨୪ ଘଂଟାରେ ୩୪୬ କରୋନାର ନୂଆ ମାମଲା
ମୁମ୍ବାଇ , ମୁମ୍ବାଇରେ ଗତ ୨୪ ଘଂଟାରେ ୩୪୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ଏଠାରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୪,୯୭୨ହୋଇଛି ।
ତାମିଲନାଡୁରେ ଗତ ୨୪ ଘଂଟାରେ ୧,୯୮୬ କରୋନାର ନୂଆ ମାମଲା
ଚେନ୍ନାଇ ,ତାମିଲନାଡୁରେ ଗତ ୨୪ ଘଂଟାରେ ୧,୯୮୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୦,୭୧୬ ହୋଇଛି ।