-
ଗୁଣବତା ଓ ମାନକୁ ନେଇ ଉଠିଲା ପ୍ରଶ୍ନ
ପୁରୀ, ପୁରୀ ଜିଲ୍ଲାର ବିଭିନ୍ନ ବଜାରରେ ଆଇ.ଏସ୍.ଆଇ. ମାର୍କା ନଥିବା ପାଣି ପାଉଚ୍ ଓ ପାଣି ବଟଲ୍ ବିକ୍ରି ଚାଲିଥିଲେ ମଧ୍ୟ ଏହାର ତଦାରଖ ଦାୟୀତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ନଜରକୁ କିପରି ଏହା ଆସୁନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ପୁରୀ ସହର ବ୍ୟତୀତ ପିପିଲି, କଣାସ, ଡ଼େଲାଙ୍ଗ, ସାକ୍ଷିଗୋପାଳ, ନିମାପଡ଼ା, କାକଟପୁର, ବ୍ରହ୍ମଗିରି ଆଦି ବଜାରମାନଙ୍କରେ ବିଭିନ୍ନ ବେନାମୀ କମ୍ପାନିର ପାଣି ପାଉଚ୍ ଓ ପାଣି ବଟଲ୍ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି ।
ଅନ୍ୟପକ୍ଷରେ ପାଣିର ଗୁଣବତା, ମାନ ଓ ସ୍ୱାସ୍ଥ୍ୟପକ୍ଷେ ଏହାର ପ୍ରଭାବକୁ ନେଇ ପ୍ରଶ୍ନ ଉଠିଛି । କେତେକ କମ୍ପାନିର ଆଇ.ଏସ୍.ଆଇ. ମାର୍କା ଥିବାବେଳେ ଅନେକ କମ୍ପାନିର ପାଣିପାଉଚ୍ ଓ ବଟଲ୍ରେ ଏହି ମାର୍କା ନଥିବା ଜଣାପଡିଛି । ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଏସବୁ ବେନାମୀ କମ୍ପାନୀର ପାଣିର ମାନ ଓ ଗୁଣବତା ପରୀକ୍ଷା କରିବାକୁ ସାଧାରଣରେ ଦାବି ହେଉଛି ।