
ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ଶେରଗଡ଼ ଠାରେ ନୂତନ ସାମ୍ବାଦିକ ମାନଙ୍କ ସଂଗଠନ ଶେରଗଡ ମିଡିଆ ହାଉସ୍ ପ୍ରତିଷ୍ଠା ହୋଇଛି । ଏହାର ନୂତନ କର୍ମକର୍ତ୍ତା ମାନଙ୍କୁ ସର୍ବ ସମ୍ମତ କ୍ରମେ ନିର୍ବାଚିତ କରାଯାଇଛି । ଏହି କ୍ରମରେ ମେଘନାଦ ଦାସ ସଭାପତି, ଅଶୋକ କୁମାର ଦାଶ ଉପସଭାପତି, ଶଙ୍କର ପ୍ରସାଦ ପ୍ରଧାନ ସାଧାରଣ ସଂପାଦକ, ଶ୍ରୀଅଜିତ କୁମାର ପଣ୍ଡା ସହସଂପାଦକ, ରାମକୃଷ୍ଣ ପାଣି ସହସଂପାଦକ, ଅଖିଳ କୁମାର ପଟ୍ଟନାୟକ କୋଷାଧ୍ୟକ୍ଷ, ସନ୍ତୋଷ କୁମାର ପାଢି କାର୍ଯ୍ୟକାରୀ ସଭ୍ୟ, ବିନୋରୀ ପ୍ରଧାନ କାର୍ଯ୍ୟକାରୀ ସଦସ୍ୟ, ହରେକୃଷ୍ଣ ମହାନ୍ତି କାର୍ଯ୍ୟକାରୀ ସଦସ୍ୟ, ଶ୍ରୀ ବିଚିତ୍ରାନନ୍ଦ ମୁନୀ କାର୍ଯ୍ୟକାରୀ ସଦସ୍ୟ, ଡାକ୍ତର ହୃଷୀକେଶ ମହାନ୍ତି ଉପଦେଷ୍ଟା ଭାବେ ନିର୍ବାଚିତ ହୋଇଛନ୍ତି । ପରବର୍ତ୍ତୀ ବୈଠକରେ ଏହାର ସଂପ୍ରସାରଣ ଓ ନୂତନ ସଦସ୍ୟଙ୍କୁ ଗ୍ରହଣ କରାଯିବ।