
-
ମନ୍ତ୍ରୀ ମଣ୍ଡାଭିଆ ତୁରନ୍ତ ମନ୍ତ୍ରଣାଳୟର ଅଧିକାରୀ ମାନଙ୍କ ସହ କଥା ହୋଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦେଲେ ନିର୍ଦେଶ
ଭୁବନେଶ୍ୱର, ଓଡିଶାରେ ଚାଷୀ ମାନଙ୍କୁ ସାର ଯୋଗାଣକୁ ନେଇ ବିଜେଡି ସାଂସଦ ମାନେ କେନ୍ଦ୍ର ରସାୟନ ଓ ଉର୍ବରକ ମନ୍ତ୍ରୀ ମନସୁଖ ମଣ୍ଡାବିଆଙ୍କୁ ଭେଟିଛନ୍ତି ମିଳିଥିବା ସୂଚନା ଅନୁସାରେ ଆଜି ବିଜେଡି ସାଂସଦ ମାନଙ୍କର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ କେନ୍ଦ୍ର ରସାୟନ ଓ ଉର୍ବରକ ମନ୍ତ୍ରୀ ମନସୁଖ ମଣ୍ଡାବିଆଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏ ସମ୍ପର୍କିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏହି ସ୍ମାରକପତ୍ରରେ କୁହା ଯାଇଛି ଯେ ଓଡିଶାର ଚାଷୀ ମାନଙ୍କ ଖରିଫ ଚାଷ ପାଇଁ ସାରର ଅଭାବ ଦେଖା ଦେଇଛି । ମନ୍ତ୍ରୀ ଶ୍ରୀ ମଣ୍ଡାଭିଆ ତୁରନ୍ତ ମନ୍ତ୍ରଣାଳୟର ଅଧିକାରୀ ମାନଙ୍କ ସହ କଥା ହୋଇ ଏ ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବା ଜଣା ପଡିଛି ।