ଭୁବନେଶ୍ୱର – ଆନ୍ଧ୍ର ପ୍ରଦେଶ ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷର୍ା ହୋଇପାରେ । ଏହାର ପ୍ରଭାବରେ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ କଚ୍ଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଢେଙ୍କାନାଳ , କେନ୍ଦୁଝର , କଟକ , ଖୋର୍ଦ୍ଧାକୁ ରେଡ୍ ୱାର୍ଣ୍ଣିଂ ଜାରୀ କରାଯାଇଛି ।
ସେହିପରି ମୟୁରଭଂଜ, ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର, ଗଂଜାମ , ନୟାଗଡ, ଦେବଗଡ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହରିଥିବାରୁ ଅରେଂଜ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହା ବ୍ୟତୀତ ସୁନ୍ଦରଗଡ, ସମ୍ବଲପୁର , ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରୀ କରାଯାଇଛି ।
ଶୁକ୍ରବାର ବେଳକୁ ବର୍ଷାର ପରିମାଣ କମ୍ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ହାରାହାରି ୪୫.୧ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାରେ ସର୍ବାଧିକ ୧୩୮.୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗଂଜାମ ରେ ୧୨୫.୨ ମିମି , ଖୋର୍ଦ୍ଧାରେ ୧୦୫.୭ମିମି , ଗଜପତିରେ ୧୦୦.୬ ମିମି . ଜଗତସିଂହପୁରରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି । ଅପରପକ୍ଷରେ ନବରଙ୍ଗପୁରରେ ସର୍ବନିମ୍ନ ୧.୦ ମିମି ବର୍ଷା ହୋଇଛି । ଭୁବନେଶ୍ୱରରେ ୧୦୩.୬ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ରେ ସର୍ବାଧିକ ୨୪୯.୪ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଗଂଜାମ ଜିଲ୍ଲାର ଚିକିଟି ବ୍ଲକ୍ ରେ ୨୦୩ ମିମି , ରଙ୍ଗେଇଲୁଣ୍ଡାରେ ୧୯୨.୪ ମିମି , ପାତ୍ରପୁର ୧୮୫.୫ ମିମି , ପୁରୀର ବ୍ରହ୍ମଗିରିରେ ୧୮୨ , ଜଗତସିଂହପୁରର ଏରସମାରେ ୧୮୦ ମିମି , କୁକୁଡାଖଣ୍ଡି ବ୍ଲକ୍ ରେ ୧୭୫ ମିମି ବର୍ଷା ରେକର୍ଡ ହୋଇଛି ।