ଭୁବନେଶ୍ୱର – ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଦିନ ମିଳିତ ଓଡିଶା ନିଶା ନିବାରଣ ଆନ୍ଦୋଳନ ତରଫରୁ ରାଜ୍ୟର ସବୁ ବ୍ଳକ ଅଫିସ୍ ସମ୍ମୁଖରେ ଗଣଧାରଣା ଓ ପ୍ରତୀକ ଅନଶନ ପାଳନ କରାଯିବ ବୋଲି ଅଭିଯାନର ସଭାପତି ପଦ୍ମଚରଣ ନାୟକ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପାଳନ କରୁଛନ୍ତି । ସେହି ଉଦ୍ଦେଶ୍ୟ ନିଆଯାଇଥିବା କାର୍ଯ୍ୟକ୍ରମ ମଧ୍ୟରେ ନିଶାନିବାରଣ ନାହିଁ । ବରଂ ରାଜ୍ୟ ସରକାର ନିର୍ବାଚନରେ ଜିତିବା ପରେ ନିଶା ପ୍ରସାରଣ ଆରମ୍ଭ କରିଦେଇଛନ୍ତି । ମଦ ଆଜି ନିଶା ଯୋଗୁ ହିଂସା ଓ ପୈଶାଚିକ କାର୍ଯ୍ୟ ଯେ ବ୍ୟାପକ ଭାବରେ ବଢି ଚାଲିଛି । ଏଭଳି ସ୍ଥଳେ ଅହିଂସା କଥା କହିବା ସଂପୂର୍ଣ୍ଣ ନିରର୍ଥକ ।
Related Stories
November 22, 2024