ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୮ ଜଣ ମୃତ୍ୟୁବରଣ କରିଛନ୍ତି । ଖୋର୍ଧା ଜିଲ୍ଲାରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରେ ୪ ଜଣ ଅଛନ୍ତି । ଗଂଜାମ ଜିଲ୍ଲାରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ୱର ଓ ପୁରୀ ଜିଲ୍ଲାରେ ୫-୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । କଟକ, ମୟୁରଭଂଜ ଜିଲ୍ଲାରେ ୪-୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବରଗଡ. ବଲାଙ୍ଗୀର, କେନ୍ଦ୍ରାପଡା, କେନ୍ଦୁଝର, ନୟାଗଡ ଜିଲ୍ଲାରେ ୩-୩ ଜଣଙ୍କର ମୃତ୍ୟୁ ଘଟିଛି । ଭଦ୍ରକ, ଜଗତସିଂହପୁୁର, କଲାହାଂଡି. ନବରଙ୍ଗପୁର, ସମ୍ବଲପୁର ଜିଲ୍ଲାରେ ୨-୨ ଜଣଙ୍କର ମୃତ୍ୟୁ ଘଟିଛି ।
ବୌଦ୍ଧ, ଯାଜପୁର, କନ୍ଧମାଳ ଜିଲ୍ଲାରେ ଜଣେ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆ ଯାଇଛି ।ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।