
ସମ୍ବଲପୁର, ହୀରାକୁଦ ଡ଼୍ୟାମର ୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଥିବା ବେଳେ ପରେ ଆଉ ଦୁଇଟି ସ୍ଲୁଇସ୍ ଗେଟ୍ କୁ ବନ୍ଦ କରାଯାଇଛି । ଏବେ ମୋଟ୍ ୬ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଉପର ମୁଣ୍ଡରେ ବର୍ଷାର ପରିମାଣ କମି ଥିବାରୁ ଡ଼୍ୟାମ୍ କର୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି । ଡ଼୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ର ୪ଟି ଏବଂ ଡ଼ାହାଣ ପାଶ୍ୱର୍ ଡାଇକ୍ ର ୨ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି ।
ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୦ ହଜାର ୭୬୨ ଘନଫୁଟ୍ ଜଳ ପ୍ରବେଶ କରୁଛି । ସେହି ସମୟରେ ମୋଟ୍ ୬ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯ ହଜାର ୪୯୫ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଜଳ ଭଣ୍ଡାରର ଜଳ ପତନ ଆଜି ପୂର୍ବାହ୍ନ ୯ଟା ସୁଦ୍ଧା ୬୦୫.୨୭ ଫୁଟ୍ ରହିଛି ।\