-
ଯୋଜନାରେ ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ
ଓଡିଶା ସରକାର ଙ୍କ ପଞ୍ଚାୟତ ରାଜ, ପାନୀୟ ଜଳ ଯୋଗାଣ, ଆଇନ ତଥା ଅର୍ବାନ ଡେଭଲପମେଣ୍ଟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଆଜି ପୁରୀ ଗ୍ରସ୍ତରେ ଆସି ଚଳିତ ମାସରେ ଲୋକାର୍ପିତ ହୋଇଥିବା” ଡ୍ରିଙ୍କ ଫ୍ରମ ଟ୍ୟାପ” ଯୋଜନାର ସମୀକ୍ଷା କରିଛନ୍ତି |ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ” ଡ୍ରିଙ୍କ ଫ୍ରମ ଟ୍ୟାପ” ଯୋଜନାର କାର୍ଯ୍ୟକାରୀ ହେବା ପରେ ଏହାର ସୁବିଧା ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି କି ନାଇଁ ଏହାର ସମୀକ୍ଷା ସେ କରିଛନ୍ତି |ପୁରୀ ସହରର ସମସ୍ତ ସ୍ଥାନରେ ଏବେ ” ଡ୍ରିଙ୍କ ଫ୍ରମ ଟ୍ୟାପ”ର ସୁବିଧା ଉପଲବ୍ଧ ଅଛି |ପୁରୀ ବାସିନ୍ଦା ହୁଅନ୍ତୁ କିମ୍ବା ପୁରୀ ବାହାରରୁ ଆସୁଥିବା ଯାତ୍ରୀମାନେ ବର୍ତ୍ତମାନ ପିଇବା ପାଣିର ସୁବିଧା ପାଇପାରୁଛନ୍ତି |ପୁରୀ ସହର ଏବଂ ବସ୍ତି ବାସିନ୍ଦା ଙ୍କ ଘରେ ଘରେ ଏବେ ଟ୍ୟାପ ମାଧ୍ୟମରେ ପିଇବା ପାଣିର ସୁବିଧା ପହଞ୍ଚି ପାରିଛି |ଏହି ପିଇବା ପାଣି ଦୋକାନ ମାନଙ୍କରେ ବିକ୍ରି ହେଉଥିବା ବୋତଲ ପାଣି ଠାରୁ ଉର୍ନ୍ନତ ମାନର ବୋଲି ମନ୍ତ୍ରୀ ଶ୍ରୀଜେନା କହିଛନ୍ତି |
ଏହି ଶୁଦ୍ଧ ପାନୀୟ ଜଳ ଯୋଗାଣ ଦ୍ୱାରା ପୁରୀ ସହରର ୨ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ |ଏହି ଯୋଜନା ଆଗରୁ ପାଇଲେଟ ପ୍ରୋଜେକ୍ଟ ଭାବେ ପୁରୀ ସହରରେ ଚାରୋଟି ଏବଂ ଭୁବନେଶ୍ୱର ରେ ଆଠୋଟି ଆରମ୍ଭ କରାଯାଇ ଥିଲା |ଯୋଜନା ସଫଳ ହେବାପରେ ସରକାର ଏହି ପଦକ୍ଷେପ ନେଇଛନ୍ତି |ଏହି ଯୋଜନାରେ ମହିଳା ମାନଙ୍କ ମିଶନ ଶକ୍ତି କୁ ସୁଦୃଢ କରିବା ପାଇଁ ଅଧିକ ସଂଖ୍ୟାରେ ମହିଳା ମାନଙ୍କୁ ନିଯୁକ୍ତି ଦିଆଯାଇଛି |ଏଥି ସହିତ ପୁରୀକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏହା ସହାୟକ ହେବ କାରଣ ପୁରୀ ସହରରେ ବର୍ଷକୁ ୩ କୋଟି ପ୍ଲାଷ୍ଟିକ ବୋତଲ ବ୍ୟବହୃତ ହେଉଥିବା ବେଳେ ଏଥିରେ ସୁଧାରି ଆସିବ ବୋଲି କହିଛନ୍ତି |ସେ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ପୁରୀବାସୀଙ୍କୁ ଏଭଳି ସୁବିଧା ଉପଲବ୍ଧ ହୋଇପାରିଛି |