
-
ଶହ ଶହ ଏକର ଚାଷ ଜମି ଜଳମଗ୍ନ
ଭବାନୀପାଟଣା, ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରୀ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ମାଝିଗୁଡ଼ା ନିକଟରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧରେ ୧୦ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି । ମେଗା ଲିଫ୍ଟ କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷା ଜଳ ନିଷ୍କାସନ ବେଳେ ଆଜି ସକାଳେ ଏଭଳି ଅଘଟଣ ଘଟିଯାଇଛି । ଫଳରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇପଡିଛି । ବ୍ୟାପକ ଫସଲ ହାନି ଘଟିଛି । ବିଶେଷ କରି ନିମ୍ନମାନର କାମ ଓ ମାତ୍ରାଧିକ ଜଳସ୍ରୋତ ଯୋଗୁଁ କେନାଲ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।