
ନୂଆପଡା:ନୂଆପଡା ଜିଲ୍ଲା ଖଡ଼ିଆଳ ସହର ମଧ୍ୟ ଦେଇ ଯାଇଥିବା ୩୫୩ ନମ୍ବର ଜାତୀୟ ରାଜପଥ ରେ ନିର୍ମିତ ଡିଭାଇଦାର କୁ ବିଭାଗୀୟ କର୍ତ୍ତୃପକ୍ଷ ଆଜି ଭାଙ୍ଗିବା ଆରମ୍ଭ କରିଛନ୍ତି। ଏହି ଡିଭାଇଦାର ସହର ମଧ୍ୟରେ ୩କି ମି ପର୍ଯ୍ୟନ୍ତ ଯାଇଥିବା ବେଳେ ଅଧା ପନ୍ତରିଆ ହୋଇ ପଡି ରହିଥିଲା। ଫଳରେ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିଲା ଓ ଖଡ଼ିଆଳ ସହରର ସୌନ୍ଦର୍ଯ୍ୟହାନୀ ହେଉଥିଲା। ଏହାକୁ ଜାତୀୟ ରାଜପଥ ବିଭାଗ ଆଜି ଜେସିପିରେ ଭାଙ୍ଗି ଦେଇ ସଫା କରୁଛନ୍ତି ଓ ଅତିଶୀଘ୍ର ରାସ୍ତାର ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।