
-
ଫନି କ୍ଷତିଗ୍ରସ୍ତକୁ ଥଇଥାନ ଏବଂ ବାସହରାଙ୍କୁ ଘର ଯୋଗାଇବା ପ୍ରସଙ୍ଗ
-
ସରକାର ଗର୍ଭଧାରଣ କରିବାରେ ଆଗୁଆ, ଛୂଆଜନ୍ମ କରିବାରେ ଶୂନ : କଂଗ୍ରେସ
କିନ୍ତୁ ଛୁଆଜନ୍ମ କରିବା ଘର ଶୂନ ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବେ ରାଜ୍ୟ ସରକାରଙ୍କୁ ତଥ୍ୟଭିତିକ ନିଶାଣ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗତ ୯.୭.୨୦୨୧ ପଂଚାୟତ ରାଜ ବିଭାଗ ସମସ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସମସ୍ତ ବିଡ଼ିଓକୁ ପତ୍ର ମାଧ୍ୟମରେ ପକ୍କାଘର ହିତାଧିକାରୀ ଚୟନରେ ଅନିୟମିତତା ହୋଇଛି ବୋଲି ଅନୁଭବ କରିବା ସହିତ ଅଯୋଗ୍ୟ ହିତାଧିକାରୀଙ୍କୁ ତଦନ୍ତ କରି ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ତାଲିକାରେ ଯୋଡ଼ିବା ପାଇଁ ସ୍ପଷ୍ଟ ଉଲ୍ଲେଖ କରିଥିଲେ । କିନ୍ତୁ ଠିକ ୭ ଦିନ ପରେ ଅର୍ଥାତ ତା ୧୫.୭.୨୦୨୧ ରିଖ ରେ ସେହି ବିଭାଗ ତା. ୯.୭.୨୦୨୧ ରିଖରେ ଦିଆଯାଇଥିବା ଚିଠିକୁ ଅକାମି କରି ନୂତନ ନିର୍ଦ୍ଦେଶନାମା ଜାରିକରି କହିଲେ ଜିଲ୍ଲା ଅଧିକାରୀ ଏବଂ ବ୍ଲକସ୍ତରର ଅଧିକାରୀମାନେ କେବଳ ଅଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ଦେବା ପାଇଁ ଏବଂ ପୂର୍ବ ଚିଠିରେ କୁହାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସଂଯୋଗ କରିବା କଥା କହିଲେ ନାହିଁ ।
ଏଠାରେ ଗୋଟାଏ କଥା କୁହାଯାଇପାରେ କିଛି ନିର୍ଦ୍ଦିଷ୍ଟ ଅଧିକାରୀ ରାଜନେତାଙ୍କ କଳାକାରନାମା ଯୋଗୁଁ ଏବେ ରାଜ୍ୟରେ ଲକ୍ଷଲକ୍ଷ ବାସହରା ଘର ପାଇବାରୁ ବଂଚିତ ହେଉଛନ୍ତି ଏବଂ ତାଠାରୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ଫନି ବାତ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ପକ୍କାଘର ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଫନି କ୍ଷତିଗ୍ରସ୍ତଙ୍କ ତାଲିକା ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରୁ ନାହିଁ । ଯାହା ସୂଚନା ଅଧିକାର ତଥ୍ୟ କହୁଛି । ରାଜ୍ୟ ସରକାର ତୁରନ୍ତ ଫନି କ୍ଷତିଗ୍ରସ୍ତଙ୍କ ତାଲିକା ଚୂଡ଼ାନ୍ତ କରନ୍ତୁ । ପକ୍କାଘର ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରି ପକ୍କାଘର ଯୋଗାଇ ଦିଅନ୍ତୁ ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ରଜନୀ କୁମାର ମହାନ୍ତି, ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।