ଜିଲ୍ଲା ର ସୋରଡା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଆଜି ସୋରଡା ସରକାରୀ ବାଳିକା ଉଚ ବିଦ୍ୟାଳୟ ରେ ମେଟ୍ରିକ ପରୀକ୍ଷା ଦେଇଛନ୍ତି। ସୋରଡା ନିର୍ବାଚନ ମଣ୍ଡଳୀ ରୁ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ୩ ଥର ବିଧାୟକ ହେବା ପରେ ଚଳିତ ଥର ମେଟ୍ରିକ ପରୀକ୍ଷା ଦେଇଛନ୍ତି। ଅଫଲାଇନ ସ୍ଟେଟ ଓପନ ହାଇସ୍କୁଲ ସାର୍ଟିଫିକେଟ କୋର୍ସ ରେ ସେ ଫର୍ମ ଫିଲଅପ କରି ଆଜି ପରୀକ୍ଷା ଦେଇଛନ୍ତି। ତେବେ ସେ ଥଣ୍ଡା କାସ ରେ ଆକ୍ରାନ୍ତ ହେଇଥିବା ର ଏକ ମେଡିକାଲ ପ୍ରମାଣ ପାତ୍ର ଦାଖଲ କରିଥିଲେ। ତେଣୁ ବିଧାୟକ ଙ୍କୁ ସ୍ଵତନ୍ତ୍ର ଆଇସୋଲେସନ ୱାର୍ଡ ର ବ୍ୟବସ୍ଥା କରଯାଇଥିଲା। ପରୀକ୍ଷା କେନ୍ଦ୍ର କୁ ପ୍ରବେଶ ହେଲାବେଳେ ତାଙ୍କ ର ଥର୍ମାଲ ସ୍କ୍ରିନିଙ୍ଗ କରଯାଇଥିଲା ।
ଥଣ୍ଡା କାସ ରେ ସେ ଆକ୍ରାନ୍ତ ହେଲେ ମଧ୍ୟ ପରୀକ୍ଷା ଦେବା ବେଳେ କୌଣସି ଅସୁବିଧା ର ସମୁଖିନ୍ନ ହେଇନାହାନ୍ତି। ପରୀକ୍ଷା ସରିଲା ପରେ ଉପସ୍ଥିତ ସାମ୍ବାଦିକ ଙ୍କ ପ୍ରଶ୍ନ ର କୌଣସି ଉତର ଦେଇନଥିଲେ ବିଧାୟକ । ବିଧାୟକ ଏହି ପରୀକ୍ଷା ଦେଲାପରେ ପୁଣିଥରେ ଚର୍ଚା ରେ ରହିଛନ୍ତି। ଆଜି ସରକାରୀ ବାଳିକା ଉଚ ବିଦ୍ୟାଳୟ ରେ ମୋଟ ୩୩ ଜଣ ପରୀକ୍ଷାର୍ଥୀ ଙ୍କ ତାଲିକା ଥିବା ବେଳେ ସେଥିରୁ ୬ ଜଣ ଅନୁପସ୍ଥିତ ଥିଲେ। ଏ ନେଇ ସୋରଡା ସରକାରୀ ବାଳିକା ଉଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ କହିବା ହେଲା ସ୍ଟେଟ ଓପନ ହାଇ ସ୍କୁଲ ସାର୍ଟିଫିକେଟ କୋର୍ସ ସହ ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ମେଟ୍ରିକ ପରୀକ୍ଷା ହେଇଥିଲା।
ପ୍ରଥମ ଦିନ ରେ ଓଡିଆ ବିଷୟ ଉପରେ ପରୀକ୍ଷା ହେଇଥିଲା। ତେବେ ଆଜି ଏହି କେନ୍ଦ୍ର ରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ୧୦ ମ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ବିଧାୟକ ନିଜ ସ୍ଵାସ୍ଥ୍ୟଗତ ସମସ୍ଯା ଥିବା ର ମେଡିକାଲ ପ୍ରମାଣ ପାତ୍ର ଦେଇଛନ୍ତି ଯେଉଁଥିରେ ସେ ଥଣ୍ଡା କାସ ରେ ଆକ୍ରାନ୍ତ ହେଇଥିବା କହିଛନ୍ତି ତେଣୁ ତାଙ୍କୁ ସ୍ଵତନ୍ତ୍ର ଆଇସୋଲେସନ ଶ୍ରେଣୀ ଗୃହ ରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ର ପରୀକ୍ଷା ଶାନ୍ତି ଶୃଙ୍ଖଳା ର ସହ ସମାପନ ହେଇଛି ଏବଂ ସମ୍ପୂର୍ଣ କକ୍ଷ ସି ସି ଟି ଵି ଦ୍ଵାରା ସଂଯୋଗ ହେଇଥିବା ଯୋଗୁଁ କୌଣସି ବିଶୃଙ୍ଖଳା ହେବା ର ସମ୍ଭାବନା ନାହି। ସମସ୍ତ ବିଦ୍ୟାର୍ଥୀ ଙ୍କ ସ୍ୱାସ୍ଥ୍ୟ କୁ ଦ୍ରୁଷ୍ଟି ରେ ରଖୀ ସାମାଜିକ ଦୂରତା ରଖିବା ପାଇଁ ବ୍ୟବସ୍ଥା କରଯାଇଥିଲା।