ଗତ କିଛିଦିନ ତଳେ ପର୍ଯ୍ୟଟନ ବିଭାଗର ଏକ ଖବର କାଗଜ ମାଧ୍ୟମରେ ପ୍ରକାଶିତ ସୁଦୀର୍ଘ ବେଳାଭୂମିରେ ପର୍ଯ୍ୟଟନ ଶିଳ୍ପର ବିକାଶ ନାମରେ ଅନ୍ତର୍ଜାତିକ ବେଳାଭୂମି ପୁରୀଠାରେ ମଦ୍ୟଶଳା ଖୋଲିବା ନିଷ୍ପତ୍ତିକୁ ପୁରୀ ବୋଧିଚକ୍ର ସଂଗଠନ ଘୋର ବିରୋଧ କରି ପୁରୀ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ସଂଗଠନ ତରଫରୁ ପ୍ରଦାନ କରାଯାଇଛି |
ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ଅନ୍ତର୍ଜାତିକ ବେଳାଭୂମିର ସାଂସ୍କୃତିକ ଓ ଧାର୍ମିକ ଭାବମୃତ୍ତିର ଘୋର ଅବନତି ଘଟିବାର ଆଶଙ୍କା ରହିଛି |ଏହାର ପରିଣାମ ସ୍ୱରୂପ ପୁରୀ ସହରର ସାଧାରଣ ଜନତା ସମୁଦ୍ରକୂଳର ପ୍ରାକୃତିକ ସୌନ୍ଦର୍ଯ୍ୟ ସୁଯୋଗରୁ ବଞ୍ଚିତ ହେବେ |ଏଥିସହିତ ମଦ୍ୟପାନ ଜନିତ ଅସାମାଜିକ କାର୍ଯ୍ୟ ବିଶେଷକରି ମହିଳାମାନଙ୍କ ନିରାପତ୍ତା ଏବଂ ସଂମ୍ମାନ ବିପନ୍ନ ହେବାର ସମ୍ଭାବନା ରହିଛି ବୋଲି ସଂଗଠକ ତରଫରୁ ସଭାପତି ଗିରିଶ ଶଙ୍କର ପାଢ଼ୀ,ସମ୍ପାଦକ ରମାବଲ୍ଲଭ ମହାପାତ୍ର ଓ ଉମେଶ ଚନ୍ଦ୍ର ଦାସ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି |