
ଜିଲ୍ଲା କଂଗ୍ରେସ ପ୍ରତିନିଧି ଦଳ ଆଜି ବିଏମସି କମିଶନରଙ୍କୁ ଭେଟି ଡେଙ୍ଗୁର ଭୟାବହତା, ଭୁବନେଶ୍ୱର ଜନସାଧାରଣଙ୍କ ସୁରକ୍ଷା ଏବଂ ଡେଙ୍ଗୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ବିଷୟରେ ଆଲୋଚନା କରିଛନ୍ତି । ଡ୍ରେନ, ପରିତ୍ୟକ୍ତ ଜଳାଶୟ ଓ ପାଣିଜମିଥିବା ସ୍ଥାନକୁ ତୁରନ୍ତ ସଫା କରିବା ସହ ମଶାତେଲ ପକାଯାଉ । ଆଗଭଳି ସହରର ସମସ୍ତ ଅଂଚଳରେ ମଶାଧୂଆଁର ବ୍ୟବସ୍ଥା କରାଯାଉ । ଡେଙ୍ଗୁ ହେବାର ପରବର୍ତୀ ସମୟରେ ହସପିଟାଲରେ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଉ । ବିଶେଷଜ୍ଞ ମାନଙ୍କୁ ନେଇ ଅତିଶୀଘ୍ର ଏକ ଟାସ୍କଫୋର୍ସ କମିଟି ଗଠନ କରାଯାଇ ଡେଙ୍ଗୁ ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ବୋଲି ସଭାପତି ଶ୍ରୀ ଦାଶ ଦାବି କରିଥିଲେ । ଯଦି ଯୁଦ୍ଧକାଳୀନ ଭିତିରେ ଏହି ସବୁ ଆବଶ୍ୟକୀୟ ପଦକ୍ଷେପ ନନିଆଯାଏ ତେବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ମହାନଗର ନିଗମକୁ ଅଚଳ କରିଦେବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି ।
ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ମୋହନ ଜେନା, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି ଏବଂ ମିହିର ଆଚାର୍ଯ୍ୟ ପ୍ରମୁଖ ସଭାପତି ଶ୍ରୀ ଦାଶଙ୍କ ନେତୃତ୍ୱରେ ବିଏମସି କାର୍ଯ୍ୟାଳୟରରେ କମିଶନରଙ୍କୁ ଭେଟି ଦାବି ପତ୍ର ଜଣାଇଥିଲେ