
୧୦ ବର୍ଷର ବାଳକକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣା
ଅଭିଯୁକ୍ତ ପଡ଼ୋଶୀ ଗିରଫ
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଭଟାଗୁଡା ଗ୍ରାମରେ ଗତକାଲି ୧୦ ବର୍ଷର ବାଳକକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ଅଭିଯୁକ୍ତ ପଡ଼ୋଶୀକୁ ଆଜି ଗିରଫ କରିଛି ପୋଲିସ । ଥୁଆମୂଳ ରାମପୁର ଥାନାରେ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।