
ନୂଆପଡ଼ା , ଜଙ୍ଗଲ ଅଧିକାର ଆଇନ ୨୦୦୬ ର କାର୍ଯ୍ୟକାରିତା ନେଇ ନୁଆପଡା ଜିଲ୍ଲାରେ ବନ ବିଭାଗ ଏବଂ ବିଭିନ୍ନ ଗ୍ରାମ ମଧ୍ୟରେ ଦେଖା ଦେଇଥିବା ସମସ୍ୟାର ସମାଧାନ ପାଇଁ ନୂଆପଡା ଜିଲ୍ଲାପାଳ ସିନାପାଲି ଠାରେ ଏକ ବୈଠକ କରାଇଥିଲେ । ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହି ଯୋଗଦାନ କରି ଲୋକେ କେମିତି ଅଧିକାର ପାଇବେ ସେ ଉପରେ ଜିଲ୍ଲାପାଳଙ୍କୁ କହିଥିଲେ । ଗୋଷ୍ଠୀ ଜଙ୍ଗଲ ସମଂବଳ ଅଧିକାର ନିମନ୍ତେ ବିଭିନ୍ନ ଗ୍ରାମରୁ ପ୍ରାୟ ୩୦ ରୁ ଅଧିକ ଦରଖାସ୍ତ ଜିଲ୍ଲା ପ୍ରଶାନ ପାଖକୁ ଯିବାକୁ ଥିଲେବି ସ୍ଥାନିୟ ବନ ବିଭାଗ ଏଥିରେ ଦସ୍ତଖତ କରୁନଥିବାରୁ ଏହା ଯାଇ ପାରୁନାହିଁ । ଫଳରେ ଗାଁ ଲୋକେ ଅଧିକାର ରୁ ବଞ୍ଚିତ ହେଉଛନ୍ତି । ଏନେଇ ବନ ବିଭାଗକୁ ଗାଁ ମନା ଅଭିଯାନ ଲୋକେ ଆରମ୍ଭ କରିଛନ୍ତି । ଲୋକେ ବନ ବିଭାଗର କାମକୁ ମଧ୍ୟ ବନ୍ଦ କରିଛନ୍ତି । ଏହି ପରିସ୍ଥିତିକୁ ସୁଧାରି ସମସ୍ୟାର ସମାଧାନ ପାଇ ଜିଲ୍ଲାପାଳ ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ ।
ନୁଆଗୁଡା ଗ୍ରାମ ବାସୀ ଗୋଷ୍ଠି ସମ୍ବଲ ଅଧିକାର ପାଇଥିବାରୁ ସେମାନେ ଜଂଗଲରେ କାଜୁ ଗଛ ଲଗାଉଥିବା ବିଷୟ ଏଠାରେ ଚର୍ଚ୍ଚା ହେବାରୁ ଜଂଗଲରେ କାଜୁ ଗଛ ନଗାଇବାକୁ ଜିଲ୍ଲାପାଳ କହିଥିଲେ । ଏଥିରେ ଗ୍ରାମବାସୀ ଦୁଃଖ ପ୍ରକାଶ କରିଥିଲେ । ପୁଣି କିଛି ଦିନ ପୁର୍ବେ ଖଡିଆଳ ଡିଏଫ୍ଓ ବିବେକ କୁମାର ସିନ୍ଦୁରସିଲ ଗ୍ରାମରେ ସମସ୍ତ ପରିବାର ଓବିସି ବର୍ଗର ହୋଇଥିବାରୁ ସେହି ଗ୍ରାମକୁ ଜଂଗଲ ଅଧିକାର ଦିଆଯିବ ନାହି ବୋଲି କହିଥିବା ବିଷୟ ମଧ୍ୟ ଜିଲ୍ଲାପାଳଙ୍କ ନଜରକୁ ଅଣା ଯାଇଥିଲା । ଖୁବ ନିକଟରେ ଖଡିଆଳ ଡିଏଫଓ ଙ୍କ ଉପସ୍ଥିତିରେ ପୁଣି ଏକ ବୈଠକ ବସି ଦେଖାଦେଇଥିବା ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ କହିଛନ୍ତି । ବୈଠକରେ ଆନ୍ଦୋଳନର ଖୁଟୁରାମ ସୁନାନୀ, ମେଘନାଦ ଖରସେଲ, ହିରାଲାଲ ମାଝି, ଯୁଧିଷ୍ଠିର ସାହୁ, ଜଗଦୀଶ ମାଝି, ଚୈତନ ମାଝି, ଦାଦୁ ଖାନ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।