
ଜଟଣୀ – ଜଳକ୍ଳିଷ୍ଟ ଅଂଚଳରେ ଏବେ ପାନୀୟ ଜଳର ହେଉଛି ଅପଚୟ । କେଉଁ ଠାରେ ଷ୍ଟାଣ୍ଡ ପୋଷ୍ଟ ଟ୍ୟାପ ଖରାପ ତ ଆଉ କେଉଁଠି ପାଇପ ଫାଟି ଯାଉଛି । ଏହା ବ୍ୟତୀତ ଅନେକ ସ୍ଥାନରେ ଟାଙ୍କି ଓଭର ଲୋଡ୍ ହୋଇ ସହର ସାରା ଜଳ ମଗ୍ନ ହେଉଥିବା ଦେଖିବାକୁ ମିଳୁଛି । ଏଥି ପ୍ରତି ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣ ସଚେତନ ନ ହୋଇ ଅନ୍ୟଥା ପାନୀୟ ଜଳ ଅପଚୟ କରୁଥିବା ଆଲୋଚନାର ବିଷୟ ହୋଇଛି ।
ସୂଚନାନୁସାରେ ଜଟଣୀ ସହର ଏକ ପାହାଡିଆ ଅଂଚଳ । ଏଠାରେ ବର୍ଷ ତମାମ ଜଳ ସମସ୍ୟା ଲାଗିରହିବାରୁ ଏହାକୁ ଜଳକ୍ଳିଷ୍ଟ ଅଂଚଳ ଭାବରେ ଜିଲା ମାନଚିତ୍ରରେ ସ୍ଥାନ ପାଇଥିଲା । ସହରର ବାଲିଛକ ମୁଣ୍ଡିଆ ସାହି, ଗଜପତି ନଗର, ରାମଚନ୍ଦ୍ରପୁର, ବାଛରାପାଟଣା, ମଧୁସୁଦନ ନଗର ପ୍ରଭୃତି ଅଂଚଳରେ ବର୍ଷା ଦିନେ ମଧ୍ୟ ପାନୀୟ ଜଳ ସମସ୍ୟା ଲାଗି ରହିଥାଏ । ଗତ ବର୍ଷ ରାଜ୍ୟ ସରକାର ମେଗା ଜଳ ପ୍ରକଳ୍ପ ମାଧ୍ୟମରେ ଖୋର୍ଦ୍ଧା ସମେତ କେନ୍ଦୀୟ ଅନୁÂାନ ଆଇ ଆଇ ଟି, ନାଇଜର ଓ ଜଟଣୀ ସହରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଥିଲେ । ଏଥିରେ ସହରର ବିଭିନ୍ନ କାର୍ଯ୍ୟାଳୟ, ବ୍ୟବସାୟ ପ୍ରତିÂାନ ଏବଂ ସମସ୍ତ ବର୍ଗର ପରିବାର ପାନୀୟ ଜଳ ପାଇଁ ଉପକୃତ ହୋଇଛନ୍ତି । ମାତ୍ର ପରିତାପର ବିଷୟ ଆଜକୁ ଏକ ବର୍ଷରୁ ଉଦ୍ଧ୍ୱର୍ ହେଲାଣି ସହରରେ ପାନୀୟ ଜଳ ଅପଚୟ ହେବା ଥମୁନାହିଁ । ସହରର ବାଛରାପାଟଣା ମୂଖ୍ୟ ରାସ୍ତାର ଆର୍ ଆଇ ଅଫିସ ପାଶ୍ୱର୍ ଚାରି ଛକ ରାସ୍ତାରେ ଥିବା ଏକ ଷ୍ଟାଣ୍ଡ୍ ପୋଷ୍ଟର ଟ୍ୟାପ ନଷ୍ଟ ହୋଇ ଯିବାରୁ ଦିନ ରାତି ପାଣି ବୋହି ଚାଲିଛି । ଗାନ୍ଧୀ ପାର୍କରେ ଥିବା ପ୍ରତିକ୍ଷା କାର୍ଯ୍ୟାଳୟର ପାଣି ଟାଙ୍କି ପୁର୍ଣ୍ଣ ହୋଇ ଘଂଟା ଘଟାଂ ଧରି ପାନୀୟ ଜଳ ଅପଚୟ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଗଜପତି ନଗର ର ବିଭିନ୍ନ ସ୍ଥାନରେ ପିଏଚ୍ଡିର ପୁରୁଣା ପାଇପ୍ ଗୁଡିକ ଫାଟି ପାଣି ବୋହି ଚାଲିଛି । ଏଥି ପ୍ରତି ପାନୀୟ ଜଳ ସଂଯୋଗ ନେଇଥିବା ଉପଭୋକ୍ତାମାନେ ଜନସ୍ୱାସ୍ଥ୍ୟ ବିଭାଗରେ ଅଭିଯୋଗ କଲେ ମଧ୍ୟ କେହି ସୁଣୁନଥିବା ଅଭିଯୋଗ ହୋଇଛି । ବାଛରାପାଟଣା ମୁଣ୍ଡିଆ ଉପରେ ଥିବା ପାଣି ଟାଙ୍କିଟି ପୁର୍ଣ୍ଣ ହୋଇ ୨ ରୁ ୩ ଘଂଟା କାଳ ପାଣି ବୋହିଯାଇ ଏଠାରେ ଥିବା ଝୁଂପୁଡି ବାସିନ୍ଦାଙ୍କ ଘର ଦ୍ୱାର ଭାଙ୍ଗିଯିବା ସହିତ କୂଅରେ ପସି ପାଣି ଗୋଳିଆ ହୋଇଯାଏ । ତେବେ ଯଥା ଶିଘ୍ର ଯଦି ଏଥି ପ୍ରତି ଧ୍ୟାନ ନ ଦିଆ ଯାଏ ତେବେ ପୁର୍ବ ଭଳି ପୁଣି ଜଳ ସମସ୍ୟା ଉକôଟ ହେବ ବୋଲି, ସାଧାରଣରେ ଚର୍ଚାର ବିଷୟ ହୋଇଛି ।