ପୁରୀ ଓକୋଣାର୍କ ବେଳାଭୂମି ରେ ଓଡଶା ପର୍ଯଟନ ଉନ୍ନୟନ ନିଗମ ମଦ ଦୋକାନ ଖୋଲିବା ପାଇଁ ଟେଣ୍ଡରକୁ କୁ ବିରୋଧ କରି ଆଜି CPIM ତରଫରୁ ଜିଲ୍ଲା ପାଳ ଙ୍କ ଅଫିସ ସମ୍ମୁଖ ରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇଛି |ପୁରୀ sea beach ପୁରୀ ସହର ବାସୀ ଙ୍କ ସମେତ ପର୍ଯ୍ୟଟକ ଙ୍କ ବସିବା ଓ ବୁଲିବା ପାଇଁ ରମଣୀୟ ଅଟେ ଓ ଏହା ସୁରକ୍ଷିତ ମଧ୍ୟ । ମଦ ଦୋକାନ ଖୋଲିଲେ ଜନସାଧାରଣ ଙ୍କ ସୁରକ୍ଷା ବିପର୍ନ ହେବ ଓ ଅସାମାଜିକ କାର୍ଯକଳାପ ବଢିବ । ମଦ ସମାଜ କୁ ପଥଭ୍ରଷ୍ଟ କରିବ । ପର୍ଯଟକ ଙ୍କୁ ଆକୃଷ୍ଟ ନାମରେ ଓ ରାଜସ୍ଵ ସଂଗ୍ରହ କୁ ଆଳ କରି ମଦ ଦୋକାନ ଖୋଲି ବାକୁ ସରକାର ଙ୍କ ନଷ୍ପିତ ସାମାଜିକ ସ୍ତର ରେ ବିଶୃଙ୍ଖଳା ସୃଷ୍ଟି ହେବ |ଦେଶ ରେ କେତେକ ରାଜ୍ୟ ରେ ମଦ ବିକ୍ରୟ ନିଷେଧ ଥିବା ବେଳେ ଓଡିଶା ସରକାର ମଦ ଦୋକାନ ଖୋଲିବାକୁ ଟେଂଡର ଦେବା ନନ୍ଦିନୀୟ ଘଟଣା ।
ସରକାର ସ୍ଵଚ୍ଛ ପୁରୀ ,ପବତ୍ରି ପୁରୀ ଗର୍ବ ଆମରି ସ୍ଲୋଗାନ କୁ ପୁରୀ ସହର ରେ ପ୍ରଚାର କରୁଥିବା ବେଳେ ବେଳାଭୂମି ରେ ମଦ ଦୋକାନ ଖୋଲି ବାକୁ ଅନୁମତି ଦେବା ଓ ଟେଂଡର ର ଆହ୍ୱାନ କରିବା ପ୍ରଶାସନ ର ଦୋମୁହଁ ନୀତି ଅଟେ ଯାହା ଦ୍ୱାରା ଯୁବ ସମାଜ ପଥଭ୍ରଷ୍ଟ ହେବ ଅରାଜକତା ବଢିବ। ସମାଜ ବ୍ୟବସ୍ଥା ବିଗିଡିଯିବ ବୋଲି ଶରତ କୁମାର ରାୟଗୁରୁ,ଜଗନ୍ନାଥ ଦେଓ, ଗୋବିନ୍ଦ ନାୟକ, ରଂଜିତ ନାୟକ,ରବି ପ୍ରଧାନ ଟୁନା ନାୟକ,ବସନ୍ତ ମହାନ୍ତି,ପ୍ରମୋଦ ବେହେରା ନବୀନ ମହାରଣା ପବିତ୍ର ଓଝା, ସୁଶାନ୍ତ ମହାରଣା, ହିମାଂଶୁ ଜେନା, ବାହାନ ପରିଡା,ଗୟାଧର ପାଣ୍ଡଵ କହିଛନ୍ତି.ପୁରୀ ସହର କୁ ସମ୍ପୂର୍ଣ୍ଣ ମଦ ମୁକ୍ତ ଘୋଷଣା କରିବା, ବେଳାଭୂମି ରେ ମଦ ଦୋକାନ ଖୋଲି ବାକୁ ଓଡିଶା ପର୍ଯ୍ୟଟନ ଉର୍ଣ୍ଣୟନ ବିଭାଗ ଆହ୍ୱାନ କରିଥିବା ଟେଂଡର କୁବାତିଲ କରିବା, ପୁରୀ ରେ ଥିବା Blue flag BEACH କୁ ଅବରୋଧ ମୁକ୍ତ କରାଯାଇ ସମସ୍ତଙ୍କ ପାଇଁ ନିଶୁକ୍ଳ ବ୍ୟବସ୍ଥା କରିବା, ପୁରୀ ର ବିସ୍ତିର୍ଣ୍ଣ ବେଳାଭୂମି କୁ ଜବରଦଖଲ ମୁକ୍ତ କରିବାକୁ ଦାବୀ କରିଛନ୍ତି |